Advertisment

ଶ୍ରୀମନ୍ଦିରରେ ପ୍ରଚଳନ ହେଲା ନୂଆ ପଂଜିକା; ଯାଇପାରେ ବିଶ୍ୱସ୍ତରର ବଡ଼ ମୁଣ୍ଡ!

ଭାରତର ଯିଏ ମୁଖିଆ ହେବେ, ତାଙ୍କୁ ସାରା ବିଶ୍ୱ ସମ୍ମାନ କରିବା ସହ ତାଙ୍କ ପରାମର୍ଶକୁ ବିଶ୍ୱ ଗ୍ରହଣ କରିବ।

author-image
Niranjan Mishra
ଅଦ୍ୟତନ ହୋଇଛି
Shree Jagannath temple

Shree Jagannath temple

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଉତ୍କଳୀୟ ନବବର୍ଷ। ଏ ଅବସରରେ ଆଜିଠୁ ରାଜ୍ୟରେ ପ୍ରଚଳନ ହୋଇଛି ନୂଆ ପଞ୍ଜିକା। ଆଜିଠୁ ସଂବତ୍ସର ଆରମ୍ଭ ସହ ଶ୍ରୀମନ୍ଦିରରେ ନୂଆ ପଂଜିକା ପ୍ରଚଳନ ହୋଇଛି। ଗ୍ରହ ଚଳନକୁ ଦୃଷ୍ଟିରେ ରଖି ଏ ବର୍ଷ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ନେଇ ଅନେକ ଭଲ-ମନ୍ଦର ପୂର୍ବାନୁମାନ ସହ ନୂଆ ସମାଚାର ଆଣିଛି ନୂଆ ପାଂଜିକା।

Advertisment

ନୂଆ ପଂଜିକାର ଗଣନା ଅନୁସାରେ ଏ ବର୍ଷ ଆରମ୍ଭରୁ ଶନି ମୂଳତ୍ରିକୋଣରେ ଥିବାରୁ ବିଶ୍ୱ ପାଇଁ ଆଣିପାରେ ମିଶ୍ରିତ ଫଳାଫଳ। ବିଶ୍ୱର ପଶ୍ଚିମଭାଗରେ ଶାନ୍ତି ବିରାଜମାନ ସହ ପୂର୍ବଭାଗରେ ହିଂସା, ଯୁଦ୍ଧ ସଙ୍କଟ ଓ ପ୍ରାକୃତିକ ବିପର୍ଯ୍ୟର ଆଶଙ୍କା ରହିଛି। ବିଶ୍ୱସ୍ତରରେ ଉଚ୍ଚପଦସ୍ଥ ନେତୃତ୍ୱଙ୍କ ନିଧନ ହେବ।

ତେବେ ଭାରତ ପାଇଁ ବର୍ଷଟି ଅତି ଶୁଭଙ୍କର ହେବା ଅନୁମାନ କରାଯାଇଛି। ଭାରତର ଯିଏ ମୁଖିଆ ହେବେ, ତାଙ୍କୁ ସାରା ବିଶ୍ୱ ସମ୍ମାନ କରିବା ସହ ତାଙ୍କ ପରାମର୍ଶକୁ ବିଶ୍ୱ ଗ୍ରହଣ କରିବ। ତା’ ଭିତରେ ଦେଶରେ ରାଜନୈତିକ ହଟଚମଟ ହେବାର ଆଶଙ୍କା ମଧ୍ୟ ରହିଛି।

Advertisment

ଏପଟେ ଶୁକ୍ର ଓ ବୃହସ୍ପତିଙ୍କ ପାଇଁ ଓଡ଼ିଶା ଉନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷକରି ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରଗତି ଓ ଏ ବର୍ଷ ଭଲ ବର୍ଷା କାରଣରୁ ରାଜ୍ୟର କୃଷିକ୍ଷେତ୍ର ସମୃଦ୍ଧ ହେବାର ସମ୍ଭାବନା ରହିଛି। ତେବେ ରାଜନୈତିକ ଦୃଷ୍ଟିକୋଣରୁ ବର୍ଷଟି ବିବାଦମୟ ରହିବ ବୋଲି ପଂଜିକା ଗଣନା କହୁଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ ଏବଂ  ଜ୍ୟୋତିର୍ବିଦ୍ ଡକ୍ଟର ମନୋଜ ଲେଙ୍କା କହିଛନ୍ତି।

ଗ୍ରହ ଚଳନ ସ୍ଥିତି ଦୃଷ୍ଟିରୁ ଏ ବର୍ଷ ବିଶ୍ୱବାସୀ ୪ଟି ଗ୍ରହଣ ଦେଖିବେ। ତା’ ଭିତରେ ଗୋଟିଏ ଚନ୍ଦ୍ରଗ୍ରହଣ ଓ ୩ଟି ସୂର୍ଯ୍ୟୋପରାଗ ସଂଘଠିତ ହେବ। ସେହିଭଳି ରାଶି ଚଳନ ଦୃଷ୍ଟିରୁ କେଉଁ ରାଶି ଶୁଭ ଓ କେଉଁ ରାଶି ଅଶୁଭ ଫଳ ପ୍ରଦାନ କରିବେ, ତାର ମଧ୍ୟ ଗଣନା କରିଛନ୍ତି ଜ୍ୟୋତିର୍ବିଦ୍।

ଉତ୍କଳୀୟ ନବବର୍ଷ ଅବସରରେ ଆଜି ବିରଜା ମଣ୍ଡଳରେ ବିରଜା ପଞ୍ଜିକା ମଧ୍ୟ ପ୍ରଚଳନ ଆରମ୍ଭ କରାଯାଇଛି। ପାଞ୍ଜି ଦେଖି ବହୁ ଲୋକେ ଭାଗ୍ୟ ଭବିଷ୍ୟତ ଜାଣିବା ନିମନ୍ତେ ଜ୍ୟୋତିର୍ବିଦ୍‌ଙ୍କ ସହାୟତା ନେବା ସହ ବିଘ୍ନ ଖଣ୍ଡନ ନିମନ୍ତେ ପରାମର୍ଶ ମୁତାବକ ଠାକୁରଙ୍କୁ ପୂଜା ଆରମ୍ଭ କରିଛନ୍ତି।

Astrology Hanuman Jayanti