Advertisment

ପ୍ରତାରକ କନଷ୍ଟେବଲ! ୭ ବର୍ଷ ରିଲେସନଶିପ୍‌ରେ ରହିବା ପରେ ପ୍ରେମିକାଙ୍କୁ ଛାଡ଼ି ଛୁ

ଘର ଭଡ଼ା ନେଇ ୭ ବର୍ଷ ଧରି ପ୍ରେମିକା ସହିତ ରହିଥିଲେ। ହେଲେ ଗତ ବର୍ଷ ଏପ୍ରିଲରେ ହଠାତ ଛାଡ଼ି ପଳାଇଗଲେ।

Preetiranjan Behera

Preetiranjan Behera

Advertisment

୧୦ ବର୍ଷ ତଳେ ହୋଇଥିଲା ଦେଖାସାକ୍ଷାତ। ତା’ପରେ ଗଢ଼ିଉଠିଥିଲା ପ୍ରେମ ସଂପର୍କ। ୭ ବର୍ଷ ରିଲେସନ୍‌ଶିପ୍‌ରେ ରହିଥିଲେ। ଦୁହେଁ ଘର ଭଡ଼ା ନେଇ ଏକାଠି ରହିଥିଲେ। କିନ୍ତୁ ପ୍ରାୟ ବର୍ଷେ ତଳେ ପ୍ରେମିକାଙ୍କୁ ଛାଡ଼ି ହଠାତ୍ ଚାଲି ଯାଇଥିଲେ ପ୍ରେମିକ। ସେହିଦିନ ଠାରୁ ଆଉ ଧରାଛୁଆଁ ଦେଉ ନାହାନ୍ତି ପ୍ରେମିକ। ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ୍ ନେଉନି କାର୍ଯ୍ୟାନୁଷ୍ଠାନ। କାରଣ ପ୍ରତାରଣା ଦେଇଥିବା ପ୍ରେମିକ ନିଜେ ଚାକିରି କରିଛନ୍ତି ପୁଲିସ୍ ବିଭାଗରେ। ତାଙ୍କ ନାଁ ପ୍ରୀତିରଞ୍ଜନ ବେହେରା। ସେ କଟକରେ ଷଷ୍ଠ ବାଟାଲିୟନରେ କନଷ୍ଟେବଲ ଅଛନ୍ତି।

Advertisment

ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ। ଯୁବତୀ ଜଣଙ୍କ ଘଟଣା ସଂପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ହେଲେ ବାରମ୍ବାର ମଞ୍ଚେଶ୍ୱର ଥାନାକୁ ଦୌଡ଼ିବା ପରେ ନ୍ୟାୟ ନ ମିଳିବାରୁ ଆଜି ସେ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି।

ଯୁବତୀ ଜଣଙ୍କ କହିଛନ୍ତି, ଜଣେ ସାଙ୍ଗଙ୍କ ମାଧ୍ୟମରେ ପ୍ରୀତିରଞ୍ଜନଙ୍କ ସହିତ ଚିହ୍ନାପରିଚୟ ହୋଇଥିଲା। ଆମ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେ ମୋ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସେ ମୋତେ ଭଡ଼ା ଘରେ ନେଇ ରଖିଥିଲେ। ଆମେ ୭ ବର୍ଷ ଏକାଠି ରହିଥିଲୁ। ଭୁବନେଶ୍ୱରର ପଟିଆ ଓ ଚକେଇଶିଆଣିରେ ସେ ଘର ଭଡ଼ା ନେଇ ମୋତେ ରଖିଥିଲେ। କିନ୍ତୁ ଗତବର୍ଷ ଏପ୍ରିଲ ମାସରେ ସେ ମୋତେ ଛାଡ଼ି ପଳାଇଲେ। ସେ ମୋ ନମ୍ବର ବ୍ଲକ୍ କରି ଦେଇଛନ୍ତି। ସୋଶାଲ ମିଡିଆରେ ବି ମୋତେ ବ୍ଲକ୍ କରି ଦେଇଛନ୍ତି। ମୁଁ ତାଙ୍କର ପତ୍ତା ପାଉନି। ଏବେ ମୁଁ ଶୁଣିବାକୁ ପାଉଛି ସେ ଆଉ ଗୋଟିଏ ଝିଅ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି।

Advertisment

ସେ କହିଛନ୍ତି, ଏହି ଘଟଣା ସମ୍ପର୍କରେ ମୁଁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲି। କିନ୍ତୁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋ ସହିତ ଦୁର୍ବ୍ୟବହାର କରୁଛି। ଥାନାକୁ ଗଲେ କେହି ଧରାଛୁଆଁ ଦେଉ ନାହାନ୍ତି ନ ହେଲେ ଖରାପ କଥା କହି ମୋତେ ସେଠାରୁ ତଡ଼ି ଦେଉଛନ୍ତି। ପ୍ରୀତିରଞ୍ଜନଙ୍କ ଘର କଟକ ଜିଲ୍ଲା କାନପୁର ଥାନା ବାଘଦରିଆ ଗାଁରେ। ସେଠାକୁ ବି ମୁଁ ଯାଇଥିଲି। ହେଲେ ତାଙ୍କ ବାପା,ମାଆ ଓ ଭାଇ ଛୋଟ ଜାତିର ଝିଅ କହି ମୋତେ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ। ଏନେଇ ମୁଁ ସେଠାକାର ଥାନାରେ ମଧ୍ୟ ଏଫ୍‌ଆଇଆର ଦେଇଥିଲେ। ହେଲେ ସେମାନେ ଓଲଟା ପୁରୁଣା କଥା ଭୁଲି ତାଙ୍କୁ (ପ୍ରୀତିରଞ୍ଜନଙ୍କୁ) ଛାଡ଼ି ଦେବାକୁ ମୋତେ କହିଥିଲେ।

ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ପ୍ରୀତିରଞ୍ଜନ ଗଲା ବେଳେ ତାଙ୍କ ଠାରୁ ସୁନା ଓ ଟଙ୍କା ମଧ୍ୟ ନେଇଯାଇଛନ୍ତି। ସେ ଏବେ ମାନସିକ ଅବସାଦ ମଧ୍ୟରେ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏନେଇ ପୁଲିସ୍ କିମ୍ବା ଅଭିଯୁକ୍ତ କନଷ୍ଟେବଲ ପ୍ରୀତିରଞ୍ଜନ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Odisha Police Bhubaneswar Police Love Betrayal Commissionorate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe