Advertisment

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।

Abdur Rehman

Abdur Rehman

Advertisment

କଟକରୁ ଧରାପଡ଼ିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।

Advertisment

୨୦୧୫ରେ ଦିଲ୍ଲୀ ପୁଲିସ୍ କଟକ ଜିଲ୍ଲା ସାଲେପୁରର ପଶ୍ଚିମକଛ ସାତବାଟିଆ ଗାଁରୁ ଅବଦୁର ରେହମାନକୁ ଗିରଫ କରିଥିଲା। ପୁଲିସର ସୂଚନା ଅନୁଯାୟୀ, ସେ ବେଆଇନ୍ ଭାବେ ପାକିସ୍ତାନ ଗସ୍ତ କରିଥିଲା। ସେଠାରେ ରହି ଆତଙ୍କବାଦୀ ଟ୍ରେନିଂ ନେଇଥିଲା। ସେ ବେଆଇନ ମଦ୍ରାସା ଚଲାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ତଥା ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୁଲିସ୍ ହାତରେ ଲାଗିଥିଲା। ଏହି ଘଟଣା ସେତେବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ରାଜ୍ୟବାସୀଙ୍କୁ ଚକିତ କରିଥିଲା।

ବିଚାରଧୀନ କଏଦୀ ଭାବେ ଅବଦୁର ରେହମାନ ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିବା ବେଳେ ଗତ ୨୦୨୦ ଜୁନ ୧୫ ତାରିଖରେ ତା’ ମାଆଙ୍କ ଦେହାନ୍ତ ହୋଇଥିଲା । ମାଆଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ଅବଦୁରଙ୍କ ପରିବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଜାମିନ ଆବେଦନକୁ ଖାରଜ କରି ମାତ୍ର ୪ ଘଣ୍ଟାର ପାରୋଲରେ ଯିବା ପାଇଁ ଅନୁମତି ଦେଇଥିଲେ।

Advertisment
Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe