Advertisment

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

୪୫ ବର୍ଷୀୟ ପିଣ୍ଟୁ ନନ୍ଦ ଓଲିଉଡ୍‌ର ଜଣେ ପୋଖତ କଳାକାର। ୩୦ରୁ ଅଧିକ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Pintu Nanda

Pintu Nanda

ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ଆଜି ସକାଳେ ଭୁବନେଶ୍ୱରର ବିମାନବନ୍ଦରରେ ପିଣ୍ଟୁ ନନ୍ଦ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀକୁ ନିଆଯାଇଛି। ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ(ILBS) ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯିବ। ସେଠାରେ ପିଣ୍ଟୁ ନନ୍ଦଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯିବ।

Advertisment

ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପିଣ୍ଟୁ।  ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ରହିଛିା ତେବେ ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସହ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି।

୪୫ ବର୍ଷୀୟ ପିଣ୍ଟୁ ନନ୍ଦ ଓଲିଉଡ୍‌ର ଜଣେ ପୋଖତ କଳାକାର। ୩୦ରୁ ଅଧିକ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି। କେତେବେଳେ ଅଭିନେତା ତ କେତେବେଳେ ସହ- ଅଭିନେତା ଏବଂ କମେଡିଆନ୍‌ ଚରିତ୍ରରେ ସେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି, ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି। ଜୟ ଜଗନ୍ନାଥ, ବାହୁଡିବେ ମୋ ଜଗାବଳିଆ, ଦୋସ୍ତି, ହାତ ଧରି ଚାଲୁଥା, ପ୍ରେମ ପାଇଁ ମହାଭାରତ ଓ ଲଭ୍ ଏକ୍ସପ୍ରେସ ଭଳି ହିଟ୍ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ପିଣ୍ଟୁ। ଏହାଛଡ଼ା ଅନେକ ଆଲବମ୍‌ରେ ଅଭିନୟ କରିବା ସହ ଟିଭି ସୋର ହୋଷ୍ଟ ମଧ୍ୟ କରିଛନ୍ତି। ତାଙ୍କର ଏ ଗଉରା ଗୀତ ସାରା ରାଜ୍ୟରେ ଚହଳ ପକାଇଥିଲା।

Advertisment
Ollywood Actor Ollywood Pintu Nanda