Advertisment

୫ ବର୍ଷ ପରେ ଆପଣ କେଉଁ ରୋଗରେ ପଡ଼ିବେ? ଆଜି କହିଦେବ AIIMS ଭୁବନେଶ୍ୱର

ଚିକିତ୍ସା ବିଜ୍ଞାନ ସହ ଇଂଜିନିୟରିଂର ଏଭଳି ସହଭାଗିତା ଦେଶରେ ଅନ୍ୟତମ। ସେହିପରି AIIMS ଭୁବନେଶ୍ଵର ଓ IIT ଭୁବନେଶ୍ଵର ମିଳିତ ଭାବେ ମେଡିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ବିକାଶ କରି ସେଥିରେ ଡିପ୍ଲୋମା ଓ ଡିଗ୍ରୀ କୋର୍ସ ପ୍ରଦାନ କରିବେ।

author-image
Manoranjan Sial
AIIMS

AIIMS

ପାଞ୍ଚ ବର୍ଷ ପରେ ଆପଣ କେଉଁ ରୋଗରେ ଆକ୍ରାନ୍ତ ହେବେ? ଆଜିଠାରୁ ତାହା ଆକଳନ କରି କହିଦେବ ଏମ୍‌ସ ଭୁବନେଶ୍ଵର। କାରଣ ଚିକିତ୍ସା ବିଜ୍ଞାନରେ ଯୋଡିହେବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ମେସିନ୍‌ ଲର୍ଣ୍ଣିଂ ଟେକ୍ନୋଲୋଜି। ଏଥିଲାଗି IIT ଭୁବନେଶ୍ଵର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି AIIMS ଭୁବନେଶ୍ଵର।

Advertisment

MOU ମୁତାବକ, ଉଭୟ ଅନୁଷ୍ଠାନ ସହଯୋଗରେ ରିସର୍ଚ୍ଚ ଉପରେ କାମ କରିବେ। ଏକ୍ସରେ, MRI ଆଦିରେ AI ଟେକ୍ନୋଲୋଜି ବ୍ୟବହାର ହେବ। ଏବେ ଡାଇଗ୍ନୋସିସ୍‌ରେ ହ୍ୟୁମାନ ଟେକ୍ନିସିଆନ୍‌ ବା ଡାକ୍ତର ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କିନ୍ତୁ AI ଟେକ୍ନୋଲୋଜି ବ୍ୟବହାର ଦ୍ଵାରା ରୋଗର ସଠିକ ଆକଳନ ହୋଇପାରିବ। ଏମିତିକି ରୋଗର ସଠିକ ଚିକିତ୍ସା ମଧ୍ୟ ହୋଇପାରିବ। କ୍ୟାନସର ଓ କ୍ରୋନିକ୍‌ ଡିଜିଜ ଭଳି ରୋଗ କ୍ଷେତ୍ରରେ ଏହା ବିଶେଷ ଲାଭଦାୟକ ହେବ ବୋଲି AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ଵାସ କହିଛନ୍ତି। ପାଣିପାଗ ଆକଳନ ଭଳି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ସ୍ଵାସ୍ଥ୍ୟ ସେବା ଆକଳନ ମଡେଲ ଭଳି କାମ କରିବ ବୋଲି ସେ କହିଛନ୍ତି।

ଚିକିତ୍ସା ବିଜ୍ଞାନ ସହ ଇଂଜିନିୟରିଂର ଏଭଳି ସହଭାଗିତା ଦେଶରେ ଅନ୍ୟତମ। ସେହିପରି AIIMS ଭୁବନେଶ୍ଵର ଓ IIT ଭୁବନେଶ୍ଵର ମିଳିତ ଭାବେ ମେଡିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ବିକାଶ କରି ସେଥିରେ ଡିପ୍ଲୋମା ଓ ଡିଗ୍ରୀ କୋର୍ସ ପ୍ରଦାନ କରିବେ। ସ୍ୱାସ୍ଥ୍ୟସେବା, ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟର ମିଶ୍ରଣରେ ସମାଜର ଉନ୍ନତି ଆଣିବା ଏହି MOU ର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି IIT ଭୁବନେଶ୍ଵର ନିର୍ଦ୍ଦେଶକ ଶ୍ରୀପଦ କର୍ମାଲକର।

Advertisment

ସେହିପରି IIT ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍‌ ବାୟୋମେଡିକାଲ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଖୋଲିବ। ଏହି ସେଣ୍ଟର ଏମ୍ସ ଭୁବନେଶ୍ଵରରୁ ଡାକ୍ତରଙ୍କଠାରୁ ଆସିବାକୁ ଥିବା ରୋଗୀଙ୍କ ତଥ୍ୟ ଆଧାରରେ ବିଭିନ୍ନ ପ୍ରକାର AI ଆଧାରିତ ଉପକରଣ ତିଆରି ହେବ। ଯାହାକି ରୋଗ ଚିହ୍ନଟ ପାଇଁ ବ୍ୟବହାର ହେବ ଓ ରୋଗର ଆଗୁଆ ଆକଳନ କରାଯାଇପାରିବ ବୋଲି ଜଣାପଡ଼ିଛି।

Bhubaneswar AIIMS IIT