Advertisment

ଆଉ ୨ଟି ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ପାଇଁ ନବୀନଙ୍କ ଦାବି: ଜାଣନ୍ତୁ କେଉଁଠାରୁ କେଉଁଠାକୁ ଚଲାଇବାକୁ କହିଲେ

ପୁରୀରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କରିବାକୁ ଦାବି ଦୋହାରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
CMO

CMO

Advertisment

ଓଡ଼ିଶାରେ ଆଉ ୨ଟି ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଲାଇବା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱରରୁ ଭିସି ମାଧ୍ୟମରେ ଏଥିରେ ଯୋଡ଼ି ହୋଇଥିଲେ।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ମଧ୍ୟରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁ କରାଯାଉ। ସେହିପରି ଅନୁଗୋଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ଚାଲୁ କରାଯାଉ ବୋଲି ସେ ଦାବି କରିଥିଲେ। 

ଏହା ସହିତ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର କରିବାକୁ ତାଙ୍କ ଦାବି ଦୋହାରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ପୁରୀରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାମ ଆଗାମୀ ୩/୪ ବର୍ଷ ଭିତରେ ଶେଷ କରାଯାଉ। ଏହି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ପୁରୀ ଆସି ଏହାର ଲୋକାର୍ପଣ କରନ୍ତୁ।

Advertisment

ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ।

ରେଳ ମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶାରେ ଖୁବ୍ ଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ ହେବାକୁ ଯାଉଛି। ଆସନ୍ତବର୍ଷ ଜାନୁଆରୀ ଓ ଫେବ୍ରୁଆରୀ ମାସ ଭିତରେ ବନ୍ଦେ ମେଟ୍ରୋ ଆରମ୍ଭ ହେବ। ପ୍ରଥମେ ବନ୍ଦେ ସ୍ଲିପର ଆରମ୍ଭ ହେବ। ପରେ ବନ୍ଦେ ମେଟ୍ରୋ ହେବ। ବନ୍ଦେ ମେଟ୍ରୋ ପୁରୀ-ଭୁବନେଶ୍ୱର-କଟକ ଦେଇ ଚାଲିବାର ଯୋଜନା ରହିଛି।

Bhubaneswar Cmo Of Odisha PMO VandeBharatExpress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe