Advertisment

ରାଜଧାନୀରେ ୧୦ ବର୍ଷ ପରେ ପଡ଼ିଥିଲା ଅଜନ୍ତା ସର୍କସ, ଶୋ’ ପୂର୍ବରୁ ଭାଙ୍ଗିପଡ଼ିଲା ୮୦ ଫୁଟର ବିଶାଳ ଟେଣ୍ଟ

ଦୀର୍ଘ ପ୍ରାୟ ୧୦ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ଅଜନ୍ତା ସର୍କସ। ହେଲେ ଶୋ’ ଆରମ୍ଭରୁ ହିଁ ସର୍କସ କର୍ତ୍ତୃପକ୍ଷଙ୍କୁ କ୍ଷତି ସହିବାକୁ ପଡ଼ିଛି।

ଅଦ୍ୟତନ ହୋଇଛି
Ajanta Circus

Ajanta Circus

Advertisment

ଦୀର୍ଘ ପ୍ରାୟ ୧୦ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ଅଜନ୍ତା ସର୍କସ। ହେଲେ ଶୋ’ ଆରମ୍ଭରୁ ହିଁ ସର୍କସ କର୍ତ୍ତୃପକ୍ଷଙ୍କୁ କ୍ଷତି ସହିବାକୁ ପଡ଼ିଛି। ଆଜି ଅପରାହ୍ନରେ ଆସିଥିବା କାଳବୈଶାଖୀ ପ୍ରଭାବରେ ଏହି ସର୍କସ ୮୦ ଫୁଟ ଉଚ୍ଚ ଓ ବିଶାଳ ଟେଣ୍ଟ ଉଡ଼ାଇ ନେଇଥିଲା। ଟେଣ୍ଟ ଭୁଶୁଡ଼ିବା ଯୋଗୁ ତଳେ ଥିବା ଦର୍ଶକଙ୍କ ସିଟ୍ ଗୁଡ଼ିକ ଭାଙ୍ଗି ଯାଇଛି। ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି ଓ ତାର ଛିଡ଼ି ତଳା ପଡ଼ିଛି। ତେବେ ସୌଭାଗ୍ୟକୁ ଶୋ’ ଆରମ୍ଭ ପୂର୍ବରୁ ଅଘଟଣ ଘଟିଥିବାରୁ ଦର୍ଶକଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ ଆଜି ସନ୍ଧ୍ୟା ୭ଟାରେ ଏହାର ଶୋ ହେବାର ଥିଲା। ତେବେ ଟେଣ୍ଟ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଥିବାରୁ ଏହାକୁ ସଜାଡ଼ିବାକୁ ପ୍ରାୟ ୪ ଦିନ ଲାଗିବ ବୋଲି ସର୍କସ କମିଟି ସଦସ୍ୟ କହିଛନ୍ତି। ଆଜି ଶୋ ଦେଖିବାକୁ ପ୍ରାୟ ୩୦୦ ଲୋକ ଟିକେଟ ବୁକ୍‌ କରିଥିଲେ।

Advertisment

ସୂଚନା ମୁତାବକ, ଏହି ସର୍କସ ଦୀର୍ଘ ପ୍ରତିକ୍ଷା ପରେ ଫେରିଥିଲେ ହେଁ ଦର୍ଶକଙ୍କୁ ଏଥିରେ ପଶୁ, ପକ୍ଷୀଙ୍କ ଖେଳ ଦେଖିବାକୁ ମିଳିବନି। ସେମାନଙ୍କ ଏଭଳି ଅଂଶଗ୍ରହଣ ଉପରେ ନିଷିଦ୍ଧ ଆଦେଶ ଥିବାରୁ କେବଳ ସର୍କସ କରୁଥିବା ବ୍ୟକ୍ତିମାନଙ୍କ ଚିତାକର୍ଷକ ଖେଳ ଏଠାରେ ଦେଖିବାକୁ ମିଳିବ। ବିଦେଶୀ ଖେଳାଳିମାନଙ୍କ ଦ୍ୱାରା ରଷିଆନ୍ ରୋପ୍‌ ଖେଳ ଓ ଜ’ ଡ୍ରପିଂ ଜିମ୍ନାଷ୍ଟିକ୍ ଏହାର ମୁଖ୍ୟ ଆକର୍ଷଣ ହେବ।

ଅଜନ୍ତା ସର୍କସର ମ୍ୟାନେଜର ସଞ୍ଜିତ୍ ଘୋଷାଲ କହିଛନ୍ତି, ଗୁରୁବାର ଠାରୁ ଶୋ’ ଆରମ୍ଭ ହୋଇଛି। ଯାହା ୪୦ ଦିନ ପର୍ଯ୍ୟନ୍ତ ଚାଲିବ। ଯାହାର ଅବଧି ଅଢ଼େଇ ଘଣ୍ଟା ରହିବ। ଏହି ସମୟ ଭିତରେ ୩୦ରୁ ୩୨ଟି ଖେଳ ଦର୍ଶକ ଦେଖିପାରିବେ। ମାର୍କେଟ ସ୍ଥିତିକୁ ଦେଖି ଟିକେଟ୍ ଦାମ୍‌କୁ ଖୁବ୍ କମ୍ ରଖାଯାଇଛି। ଟିକେଟ୍ ଦର ଯଥାକ୍ରମେ ୧୦୦, ୧୫୦, ୨୦୦ ଓ ୩୦୦ ଟଙ୍କା ରଖାଯାଇଛି। ପ୍ରତ୍ୟେକ ଦିନ ଏହି ଶୋ’ ଦିନ ୧ଟା, ୩ଟା ଓ ୭ଟାରେ ହେବ।

Advertisment

ତେବେ ଏବେ ଓ ପୂର୍ବ ପରିସ୍ଥିତି ଭିତରେ ଆକାଶ ପାତାଳ ତଫାତ ରହିଛି। ପୂର୍ବରୁ ଏହି ସର୍କସରେ ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ଖେଳ ଦେଖିବାକୁ ମିଳୁଥିବା ବେଳେ ଏବେ ଏମାନଙ୍କ ବ୍ୟବହାର କରାଯାଉନି। ସ୍ଥାନୀୟ ପ୍ରଶାସନିକ ନିୟମ ଏହାର କାରଣ ହୋଇଛି। ତେଣୁ ଇଥୋପିଆ, ଆଫ୍ରିକା ଓ ରୁଷିଆରେ ବିଶେଷ ଭାବେ ସର୍କସ କରାଯାଉଛି।

ପ୍ରାୟ ୧୭ ବର୍ଷ ତଳେ ଏହି ସର୍କସ ଭୁବନେଶ୍ୱର ଆସିଥିଲା। ସେତେବେଳେ ସର୍କସରେ ବାଘ, ସିଂହ, ହାତୀ, ଘୋଡ଼ା, ଭାଲୁ, ମାଙ୍ଗଡ଼, କୁକୁର, ଶୁଆ ପ୍ରଭୃତିଙ୍କ ଖେଳ ଦେଖିବାକୁ ମିଳୁଥିଲା। ମାତ୍ର ପରେ ୨୦୧୨ରେ ଯେତେବେଳେ ଭୁବନେଶ୍ୱରକୁ ସର୍କସ ଫେରିଥିଲା ସେତେବେଳେ ସିଂହ, ବାଘ, ଭାଲୁ, ମାଙ୍କଡ଼ ଅଣାଯାଇନଥିଲା। କେବଳ ହାତୀ, ଘୋଡ଼ା, କୁକୁର, ଶୁଆଙ୍କୁ ଅଣାଯାଇଥିଲା। ତେବେ ସରକାର ସର୍କସରେ ପଶୁପକ୍ଷୀଙ୍କ ବ୍ୟବହାର ଉପରେ ନିଷିଦ୍ଧ ଆଦେଶ ଲଗାଇଛନ୍ତି। ତେଣୁ ପଶୁପକ୍ଷୀଙ୍କ ବିନା ସର୍କସ ପଡ଼ିଛି।

ପ୍ରଥମ ଦିନ ଫ୍ରି ଶୋ’ ରହିଥିଲା। ସର୍କସ କମିଟି ପକ୍ଷରୁ ୧୨୦୦ ଟିକେଟ୍‌ ଫ୍ରି ବଣ୍ଟା ଯାଇଥିଲା। ଆଜିଠାରୁ ଟିକେଟ୍ ବୁକିଂ ଶୋ’ ଆରମ୍ଭ ହୋଇଥିଲା। ହେଲେ କାଳବୈଶାଖୀ ସବୁ ଉଜାଡ଼ି ଦେଲା। ସର୍କସ ଦେଖିବାକୁ ପିଲାମାନଙ୍କୁ ନେଇ ଆସିଥିବା ଲୋକେ ନିରାଶରେ ଫେରିଛନ୍ତି। ତେଣୁ ଟେଣ୍ଟ ସଜାଡ଼ିବା ପରେ ପୁଣି ଶୋ’ କରାଯିବ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe