Advertisment

ରବିବାର ଖୋଲା ରହିବ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ର

ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି। ସେଥିରୁ ୮୨ଟି ଡାକ୍ତରଖାନା ପରିସରରେ ରହିଛି।

author-image
Jitendra Garnayak
Ahara

Ahara

ରାଜ୍ୟରେ ବିଭିନ୍ନ ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଖୋଲା ରହିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

Advertisment

ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି। ସେଥିରୁ ୮୨ଟି ଡାକ୍ତରଖାନା ପରିସରରେ ରହିଛି। ସେଥିରୁ ୫୮ ଟିରେ ରାତିରେ ମଧ୍ୟ ଖାଦ୍ୟ ପରିବେଷଣ ସୁବିଧା ରହିଛି। ଏହିସବୁ ଆହାର କେନ୍ଦ୍ରଗୁଡ଼ିକ ଯୋଗୁ ଡାକ୍ତଖାନାଙ୍କୁ ଆସୁଥିବା ରୋଗୀଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଣ୍ଟ ମାନେ ଉପକୃତ ହୋଇଥାଆନ୍ତି। ଏହି ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଆଥାନ୍ତି। ତେବେ ରବିବାର ଏହି ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହୁଥିବାରୁ ରୋଗୀଙ୍କ ପରିବାର ଲୋକେ ବା ଆଟେଣ୍ଡାଣ୍ଟମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଆହାର କେନ୍ଦ୍ରଗୁଡ଼ିକୁ ରବିବାର ଖୋଲା କରିବାକୁ ଅନୁରୋଧ କରଯାଇଥିଲା। ବିଭିନ୍ନ ଦିଗରୁ ବିଚାରକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରବିବାର ମଧ୍ୟ ସେହି ସବୁ ଆହାର କେନ୍ଦ୍ରଗୁଡ଼ିକୁ ଖୋଲା ରଖିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

Advertisment
Ahara Centre