/odisha-reporter/media/post_attachments/uploadimage/library/16_9/16_9_0/IMAGE_1681232988.jpg)
berhampur university
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହବନ୍ଧିତରୁ ୪ଟି ଜିଲ୍ଲାର ସମସ୍ତ କଲେଜକୁ ବାଦ୍ ଦିଆଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ସମସ୍ତ କଲେଜ ଏଣିକି ନବଗଠିତ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ସହବନ୍ଧିତ ହେବେ । ଏସବୁ ଜିଲ୍ଲାର କଲେଜଗୁଡ଼ିକ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସହବନ୍ଧିତ ଅଛନ୍ତି ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ନିଷ୍ପତ୍ତି ଅନୁସାରେ ଆସନ୍ତା ଜୁନ୍ ୧ ତାରିଖରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାର ସମସ୍ତ କଲେଜକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହବନ୍ଧିତରୁ ବାଦ୍ ଦିଆଯିବ । ଯାହାଫଳରେ ଏସବୁ କଲେଜ ଜୟପୁରସ୍ଥିତ ନବଗଠିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସଙ୍ଗେ ସହବନ୍ଧିତ ହୋଇପାରିବେ । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଏହି ୪ଟି ଜିଲ୍ଲାର କଲେଜଗୁଡ଼ିକର ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି ସେମାନେ ନିଜର ସେହି ବିଷୟରେ ପାଠପଢ଼ା ଶେଷ ହେବା ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
