Advertisment

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ଅଭିଯୋଗ ପ୍ରଭାବଶାଳୀଙ୍କ ଚାପରେ ସିବିଆଇ ତଦନ୍ତ ବାଟବଣା

ଏହି ମାମଲା ନେଇ ମୁହଁ ଖୋଲିଛନ୍ତି ଅଞ୍ଜନା ମିଶ୍ର।

ଅଦ୍ୟତନ ହୋଇଛି
anjana mishra and arrested accused

anjana mishra and arrested accused

Advertisment

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାକୁ ପୁଣି ବଢ଼ିଲା ଆଲୋଚନା। ସିବିଆଇର ତଦନ୍ତ ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ। କାରଣ ଏହି ମାମଲା ନେଇ ମୁହଁ ଖୋଲିଛନ୍ତି ଅଞ୍ଜନା ମିଶ୍ର। ସେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି, ମାମଲାକୁ ୨୨ ବର୍ଷ ପୂରିଛି। ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଛି। ହେଲେ କାହିଁକି ଆରମ୍ଭ ହେଉନି ଶୁଣାଣି ? କାହିଁକି ତା’ ବିରୋଧରେ ଚାର୍ଜଫ୍ରେମ୍ ହୋଇନି। ବୋଧହୁଏ ଜାଣିଶୁଣି ଏହି ମାମଲାକୁ କିଛି ପ୍ରଭାବଶାଳୀ
ବ୍ୟକ୍ତି ଚାପ ପକାଇ ବିଳମ୍ବ କରାଉଛନ୍ତି।

Advertisment

ସେ ଏ ବାବଦରେ ସୁପ୍ରିମ୍ କୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ୬ ମାସ ତଳେ ଲିଖିତ ପିଟିସନ୍ ପଠାଇଥିଲେ। ବୋଧହୁଏ ଏହା କୋର୍ଟଙ୍କ ନିକଟରେ ପହଞ୍ଚିଲାନି। ଘଟଣା ପଛର ରହସ୍ୟକୁ ତଦନ୍ତରେ ସ୍ପଷ୍ଟ କରାଯାଉ। ଯେହେତୁ ମାମଲା ପଛରେ ପ୍ରଭାବଶାଳୀଙ୍କ ହାତ ରହିଛି, ତେଣଉ ସିବିଆଇ ଅଭିଯୁକ୍ତକୁ ଧରିବାକୁ ୨୨ ବର୍ଷ ବିଳମ୍ବ କରିଥିଲା। ଯଥାଶୀଘ୍ର ସିବିଆଇ ଟ୍ରାଏଲ ସାରି ଚାର୍ଜସିଟ୍ କୋର୍ଟଙ୍କୁ ଦେଉ। ଏହା ସହ ଘଟଣାର ଷଡ଼ଯନ୍ତ୍ରକାରୀ ଓ ଷଡ଼ଯନ୍ତ୍ରକୁ ସାମ୍ନାକୁ ଅଣାଯାଉ ବୋଲି ଦାବିକୁ ଅଞ୍ଜନା ଦୋହରାଇଛନ୍ତି।

ସୂଚନା ଥାଉକି, ବିବନକୁ ଗିରଫ କରାଯିବାର ୨ ବର୍ଷରୁ ଅଧିକ ସମୟ ହୋଇଥିଲେ ବି ତା ନାଁରେ ଚାର୍ଜଫ୍ରେମ୍ ହେଉନଥିବାରୁ ଏପରି ସନ୍ଦେହ ପ୍ରକାଶ କରିଛନ୍ତି ପୀଡ଼ିତା ଅଞ୍ଜନା ମିଶ୍ର। ୨୦୨୧ ଫେବ୍ରୁଆରି ୨୨ ତାରିଖରେ ମହାରାଷ୍ଟ୍ର ପୁଣେରୁ ଧରା ପଡ଼ିଥିଲା ବିବନ । ଏକ ଅତ୍ୟନ୍ତ ଗୋପନୀୟ ଓ ସ୍ୱତନ୍ତ୍ର ଅପରେସନ ସାଇଲେଣ୍ଟ ଭାଇପର୍ ଜରିଆରେ ତାକୁ ଗିରଫ କରିଥିଲା ପୁଲିସ। ସେତେବେଳର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରେସମିଟରେ ଏହା ଖୁଲାସା କରିବା ପରେ ୨୦ ବର୍ଷ ତଳର ଲୋମହର୍ଷଣ ଘଟଣା ପୁଣି ଚର୍ଚ୍ଚାକୁ ଆସିଥିଲା ।

Advertisment

୧୯୯୯ ଜାନୁଆରି ୯ ତାରିଖରେ କଟକ ବାରଙ୍ଗ ନିକଟରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେତେବେଳେ ଧରାପଡ଼ିଥିଲେ ୨ ଜଣ। ଉଭୟଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। କିନ୍ତୁ ପୁଲିସ ନଜରରୁ ଖସି ଯାଇଥିଲା ବିବନ ବିଶ୍ୱାଳ। ନାଁ ବଦଳାଇ ପାଇପ୍ ମିସ୍ତ୍ରୀ ଭାବେ କାମ କରି ପୁଣେରେ ସେ ଲୁଚିଥିଲା। ପ୍ରାୟ ୨ ବର୍ଷ ତଳେ ତାକୁ ଗିରଫ କରାଯିବା ସତ୍ତ୍ୱେ ବିଚାର ପ୍ରକ୍ରିୟା କିନ୍ତୁ ଆଶାନୁରୂପ ଭାବେ ଆଗେଇ ପାରିନାହିଁ। ବିବନ ଏବେ ଝାରପଡ଼ାରେ ଜେଲରେ ବନ୍ଦୀ ଜୀବନ କାଟୁଛି।

ତେବେ ଏନେଇ ସିବିଆଇର ପ୍ରତିକ୍ରିୟା ମିଳିପାରିନି।

Anjana Mishra Gang Rape Case CBI Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe