Advertisment

ଆଉ ଏକ ହାତୀର ଗଲା ଜୀବନ, ଏନ୍‌ଜିଟି ଦେଲେ ଶେଷ ଚେତାବନୀ

ଗତ ଦୁଇଦିନ ଭିତରେ ୩ ହାତୀ ମୃତ୍ୟୁ ଉଦ୍‌ବେଗ ବଢ଼ାଇଛି।

ଅଦ୍ୟତନ ହୋଇଛି
Elephant murder

Elephant murder

Advertisment

ବାଲେଶ୍ୱର ନୀଳଗିରି କୁଳଡିହା ଅଭୟାରଣ୍ୟରେ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। କୁଳଡିହାର ଝରଣାଘାଟି ନିକଟ ଜଙ୍ଗଲରେ ଏହି ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ନୀଳଗିରି ଡିଏଫ୍ଓ। ତେବେ କିଭଳି ସ୍ଥିତିରେ ହାତୀର ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ। ଏ ନେଇ ଛାନ୍ ଭିନ୍ ଚଳାଇଛି ବନ ବିଭାଗ।

Advertisment

ସେପଟେ କୁଳଡିହା ଅଭୟାରଣ୍ୟରେ ବର୍ଷକ ଭିତରେ ୮ଟି ହାତୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ନିକଟରେ ଶିକାରୀମାନେ ଏକ ଦନ୍ତାକୁ ମାରି ତାହାର ଦାନ୍ତ କାଟିନେଇଥିଲେ। ଏହି ମାମଲାରେ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ମାତ୍ର ଘଟଣାକୁ ଦୁଇ ସପ୍ତାହ ନପୂରୁଣୁ ପୁଣି ଏକ ଦନ୍ତାର ମୃତଦେହ ଠାବ ହେବା ନିଶ୍ଚିତ ଭାବେ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଅନ୍ୟପଟେ ବାରହା ଫାଶରେ ପଡ଼ି ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧିନରେ ଥିବା ମହଦା ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବାପାପୁଅକୁ ଗିରଫ କରିଛି ବନ ବିଭାଗ। ସେମାନେ ହେଲେ ମହଦା ଗାଁର ବୀରେନ୍ଦ୍ର ଶର୍ମା ଓ ତାଙ୍କ ପୁଅ ଆଲାଉଦ୍ଦିନ ଶର୍ମା। ଚିନ୍ତାର ବିଷ ଏହା ଯେ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଆଲ୍ଲାଉଦ୍ଦିନ ୱାଚର ଥିବାବେଳେ ତାଙ୍କ ମା’ ବନ ସୁରକ୍ଷା ସମିତି ଉପସଭାନେତ୍ରୀ ଦାୟିତ୍ୱରେ ରହିଛନ୍ତି। ତେଣୁ ରକ୍ଷକ ଭକ୍ଷକ ସାଜିବା ଭଳି ଏଠାରେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ବନ୍ୟପ୍ରାଣୀଙ୍କୁ ଅବାଧ ଶିକାର କରୁଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ବାପ, ପୁଅ ବାରହା ଶିକାର ପାଇଁ ଫାଶ ବସାଇଥିବା ଓ ଏଥିରେ ପଡ଼ି ହାତୀ ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦେଇଛି।

Advertisment

ଗତକାଲି ରାଜ୍ୟରେ ଦୁଇଟି ହାତୀଙ୍କ ଅକାଳ ମୃତ୍ୟୁ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନର ଜରଡ଼ା ରେଞ୍ଜର ଲଛଡା ନିକଟ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ଅନ୍ୟ ଘଟଣାଟି ଘଟିଥିଲା। ବନ୍ୟପ୍ରାଣୀଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା ନିମନ୍ତେ ବାଡ଼ରେ ଚାଷୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିଲା। ତେଣୁ ଦୁଇଦିନ ଭିତରେ ୩ ହାତୀ ମୃତ୍ୟୁ ଉଦ୍‌ବେଗ ବଢ଼ାଇଛି। 

ତେଣେ ବନ୍ୟପ୍ରାଣୀ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍‌ଙ୍କୁ ଏନ୍‌ଜିଟିଙ୍କ ଶେଷ ତଥା କଡ଼ା ନିର୍ଦ୍ଦେଶ ମିଳିଛି। ମାସକ ଭିତରେ ହାତୀ କରିଡ଼ର ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି। ନଚେତ ଏନ୍‌ଜିଟିର ଆଇନ ଧାରା ୨୬ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ। 

ଏନ୍‌ଜିଟି ନିଜ ରାୟରେ କହିଛନ୍ତି, ରାଜ୍ୟରେ ୧୪ ହାତୀ କରିଡ଼ର ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ୨୦୨୧ ଅଗଷ୍ଟରୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହାକୁ ଅଢେ଼ଇ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ହାତୀ କରିଡ଼ର ନେଇ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଯାହାକି ଆଶ୍ଚର୍ଯ୍ୟର ବିଷୟ। ତେଣୁ ମାସକ ଭିତରେ ହାତୀ କରିଡ଼ର ନେଇ ବିଜ୍ଞପ୍ତି ଜାରି କରିବାକୁ ରୋକ୍ ଠୋକ୍ ଶୁଣାଇଛନ୍ତି ଏନ୍‌ଜିଟି।

ନଚେତ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍‌ଜିଟି କହିଛନ୍ତି। ଏନ୍‌ଜିଟି ଆଇନର ଧାରା ୨୬ ଅନୁସାରେ ଆଦେଶ ପାଳନ ନ କଲେ ଅଧିକାରୀଙ୍କ ବିରୋଧରେ ଜେଲ ଦଣ୍ଡ, ଅର୍ଥ ଦଣ୍ଡ ଅଥବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି।

Elephant Death Elephant Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe