Advertisment

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି, ପୁଣି ସମୟ ଗଡ଼ାଇଲେ ସରକାର

ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନଦେଇ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ଚଳିତବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ଏହି ନିଯୁକ୍ତି ଦିଆଯିବ ବୋଲି ମହଲତ ଲୋଡ଼ିଛନ୍ତି ।

Sree jagannath temple

Sree jagannath temple

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କାର୍ଯ୍ୟ ତଦାରଖ ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ନିମନ୍ତେ ସୁପ୍ରିମକୋର୍ଟ ଗତ ୨୦୧୯ ନଭେମ୍ବର ମାସରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର କେବଳ ଦିନ ଗଡ଼ାଇବାରେ ବ୍ୟସ୍ତ । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନଦେଇ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ଚଳିତବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ଏହି ନିଯୁକ୍ତି ଦିଆଯିବ ବୋଲି ମହଲତ ଲୋଡ଼ିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରାୟ ସାଢ଼େ ୩ବର୍ଷ ପରେ ବି ରାଜ୍ୟ ସରକାର କାହିଁକି ଶ୍ରୀମନ୍ଦିର ପରିଚାଳନା ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦେଉନାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ଣ୍ଣକାଳୀନ ସ୍ଥାୟୀ ନିଯୁକ୍ତି ନିମନ୍ତେ ଅବଧିକୁ ୨୦୨୩ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ  ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଏକ ସତ୍ୟପାଠ ଦାଖଲ କରିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରରେ ଏବେ ନିକଟ ଭବିଷ୍ୟତରେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେବା ସପକ୍ଷରେ ନାହାନ୍ତି ।

ତେବେ ପ୍ରଶ୍ନ ଉଠୁଛି, ପୁରୀ ଶ୍ରୀମନ୍ଦିରର ପରିଚାଳନା ଓ ପୂଜାର୍ଚ୍ଚନାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମକୋର୍ଟ ଗତ ୨୦୧୯ ନଭେମ୍ବର ମାସରେ ପ୍ରାୟ ୨୨ଟି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏସବୁ ପ୍ରତି ଆଖିବୁଜି ଦେଇଛନ୍ତି ।  ଶ୍ରୀମନ୍ଦିରର ପରିଚାଳନା କାର୍ଯ୍ୟର ତଦାରଖ ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେବାରେ ସରକାର କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ତାହା ବୁଝାପଡ଼ୁନି । ୨୦୦୦ ମସିହାରୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ରାଜ୍ୟ ସରକାର ଜଣେ ଲେଖାଏଁ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି ।

Advertisment
Puri Shreemandir Odisha Administration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe