Advertisment

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବନ୍ଧା ହୋଇଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

archana case

archana case

Advertisment

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବନ୍ଧା ହୋଇଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ତେବେ ଏବେ ସେ ଜେଲ୍‌ରୁ ବାହାରିବା ନେଇ କୌଣସି ସୂଚନା ନାହିଁ। କାରଣ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ଗୋଟିଏ ମାମଲାରେ ମିଳିଛି ଜାମିନ ।

Advertisment

ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ନାମ୍ନୀ ଯୁବତୀ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଶ୍ରଦ୍ଧାଞ୍ଜଳି କିନ୍ତୁ ନିଜକୁ ପୀଡ଼ିତା ଦର୍ଶାଇ ଖଣ୍ଡଗିରି ଥାନା ଦ୍ୱାରସ୍ଥ ହୋଇଥିଲେ। ଏପରିକି ସେ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ଲିଖିତ ମାମଲା ରୁଜୁ କରିଥିଲେ। ଏହାବାଦ ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏକ ମାମଲା ଓ ଇଡିରେ ଏକ ମାମଲା ଅଛି।

ଏହି ୩ ଅଭିଯୋଗରେ ଗିରଫ ହୋଇଥିବା ଜଗବନ୍ଧୁ ଏବେ ଝାଡ଼ପଡ଼ା ଜେଲ୍‌ରେ ଅଛନ୍ତି। ସେଥିମଧ୍ୟରୁ କେବଳ ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ମାତ୍ର ଅନ୍ୟ ୨ ମାମଲାରେ ତାଙ୍କୁ ଜାମିନ ମିଳି ନ ଥିବାରୁ ସେ ଏବେ ବି ଜେଲ୍‌ରେ ରହିବେ ବୋଲି ଜଣାଯାଇଛି।

Advertisment

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଲ ସୃଷ୍ଟି କରିଥିଲା। ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ବନ୍ଧା ହୋଇ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି। ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଛି ଇଡି।

Bhubaneswar Archana Nag Jagabandhu Chand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe