Advertisment

ଆଜି ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କୁଇନ ଅର୍ଚ୍ଚନା

ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା।

archana nag

archana nag

Advertisment

ଆଜି ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ। ଏନେଇ ଜେଏମ୍‌ଏଫ୍‌ସି ଭୁବନେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଅର୍ଚ୍ଚନାଙ୍କ ଆଡଭୋକେଟ୍ ଦେବାଶିଷ ମହାପାତ୍ର ଗଣମାଧ୍ୟମ ଆଗରେ ଏହି ସୂଚନା ଦେଇଛନ୍ତି।

Advertisment

ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା। ଏଥିପାଇଁ ଜେଲ୍ ମାନୁଆଲ ଅନୁଯାୟୀ ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ପରୀକ୍ଷା ପାଇଁ ପୂର୍ବରୁ ଅର୍ଚ୍ଚନା ଫର୍ମ ପୂରଣ କରିଥିଲେ। ଏଥିପାଇଁ ଅର୍ଚ୍ଚନାଙ୍କୁ କୋର୍ଟ ଅନୁମତି ଦେଇଥିଲେ।  ପରେ ଅର୍ଚ୍ଚନାଙ୍କ ଓକିଲ ଲ’ ପରୀକ୍ଷା ଦେବା ପାଇଁ କୋର୍ଟର ଆବେଦନ କରିଥିଲେ । ଏଥିପାଇଁ ଗତକାଲି  ତାଙ୍କୁ ଅନୁମତି ମିଳିଛି।

Advertisment

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଜେଲରେ ଅଛନ୍ତି। ଏପରିକି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ଇଡି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖୋଳତାଡ଼ ଜାରି ରଖିଛି। 

Archana Nag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe