ପହଂଚିଲେ ରାଜ୍ୟପାଳ, ୧୯ ସକାଳେ ଫେରିଯିବେ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବେ ନୁହେଁ

ତାଙ୍କର ଏହି ଦିନିକିଆ ରହଣୀ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସୂଚିତ କରାଯାଇନଥିବା କିମ୍ବା ସେଭଳି କୌଣସି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇନଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି ।

Ganeshi Lal Governor of Odisha PhotoOR

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

Ordigital Desk
  • Published: Wednesday, 17 May 2023
  • Updated: 17 May 2023, 09:52 PM IST

Sports

Latest News

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ରାତି ୮ଟାରେ ଭୁବନେଶ୍ୱରରେ ପହଂଚିଛନ୍ତି । ଆସନ୍ତାକାଲି ସେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭର୍ଚୁଆଲ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ୧୯ତାରିଖ ସକାଳେ ହରିୟାଣା ଫେରିଯିବାର କାର୍ଯ୍ୟକ୍ରମ ରହିଛି । ତେବେ ତାଙ୍କର ଏହି ଦିନିକିଆ ରହଣୀ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସୂଚିତ କରାଯାଇନଥିବା କିମ୍ବା ସେଭଳି କୌଣସି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇନଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି ।

ରାଜଭବନ ସୂତ୍ର ଅନୁସାରେ, ଆସନ୍ତାକାଲି ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ସାମିଲ ହୋଇ ଏହାର ଲୋକାର୍ପଣ ସହ ପ୍ରାୟ ୮ହଜାର କୋଟି ଟଙ୍କାର ରେଳପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାରୁ ସେଥିରେ ସାମିଲ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ରାତି ୮ଟାରେ ଭୁବନେଶ୍ୱରରେ ପହଂଚିଛନ୍ତି । ଆସନ୍ତାକାଲି ସେ ପୁରୀ ଗସ୍ତରେ ଯାଇ ସେଠାରେ ରେଳବାଇ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ । ୧୯ତାରିଖ ପୂର୍ବାହ୍ନ ୧୦ଟାରେ ପୁଣିଥରେ ହରିଆଣା ଅଭିମୁଖେ ଗସ୍ତ କରିବେ । ଆଉ ୨୨ତାରିଖରେ ନିଜର ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶା ଫେରିବେ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲେ ମଧ୍ୟ ରାଜଭବନକୁ ଏନେଇ କୌଣସି ସୂଚନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିନାହିଁ । ତେଣୁ ରାଜ୍ୟପାଳଙ୍କ ଏହି ଦିନିକିଆ ରହଣୀ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା କ୍ଷୀଣ ।

Also Read

ଅନ୍ୟପକ୍ଷରେ ଦୁଇଦିନିଆ ଦୁବାଇ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆସନ୍ତାକାଲିଠୁ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପୁରୀରେ ରେଳ ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଉତ୍ସବରେ ଉପସ୍ଥିତ ରହିବେ । ଶ୍ରୀ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉକ୍ତ କାର୍ଯ୍ୟକ୍ରମରେ ରହିବେ ବୋଲି ଜଣାପଡ଼ିଛି । ଏହାପରେ ଅପରାହ୍ନରେ ଶ୍ରୀ ପାଣ୍ଡିଆନ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଓ ସାଧାରଣ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେଣୁ ଏସବୁ କାରଣରୁ ଆସନ୍ତା ୨୨ତାରିଖ ପୂର୍ବରୁ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ସମ୍ଭାବନା ନଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ମେ’ ୧୨ତାରିଖରେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ରାଜ୍ୟର ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଅପ୍ରତ୍ୟାଶିତ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବେ ଅତିରିକ୍ତ ଭାବେ ସମୀରଙ୍କ ପାଖରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରୀକାନ୍ତଙ୍କ ପାଖରେ ଥିବା ଶ୍ରମ ଓ ନିଯୁକ୍ତି ବିଭାଗର ଦାୟିତ୍ୱ ତୁଲାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story