କ୍ରୁଟ୍ ଦାୟିତ୍ୱକୁ ଫେରିଲେ ଅରୁଣ ବୋଥ୍ରା, ଦୀପ୍ତେଶଙ୍କଠୁ କାଢ଼ିନେଲେ ଅତିରିକ୍ତ ଦାୟିତ୍ୱ

ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ୧୯୯୬ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଂଚ ଏଡିଜି ଅରୁଣ ବ୍ରୋଥାଙ୍କୁ ପୁଣିଥରେ କ୍ରୁଟ୍ ଦାୟିତ୍ୱ ଦେଇଛନ୍ତି ।

ଅରୁଣ ବୋଥ୍ରା

  • Published: Wednesday, 07 June 2023
  • , Updated: 07 June 2023, 07:38 PM IST

ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ୧୯୯୬ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଂଚ ଏଡିଜି ଅରୁଣ ବ୍ରୋଥାଙ୍କୁ ପୁଣିଥରେ କ୍ରୁଟ୍ ଦାୟିତ୍ୱ ଦେଇଛନ୍ତି । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ବୋଥ୍ରା ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।

ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ, କ୍ରାଇମବ୍ରାଂଚ ଏଡିଜି ତଥା ଆଇପିଏସ୍ ଶ୍ରୀ ବୋଥ୍ରା ଅତିରିକ୍ତ ଭାବେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ । କ୍ରୁଟ୍ ଅଧୀନରେ ‘ମୋ ବସ୍‌’ ବିଭିନ୍ନ ସହରରେ ଚଳପ୍ରଚଳ କରୁଛି । ଗତ ୨୦୧୯ ମସିହାରେ କ୍ରୁଟ୍ ପରିଚାଳନା ଦାୟିତ୍ୱରେ ଶ୍ରୀ ବୋଥ୍ରା ରହିଥିଲେ ଓ ଗତବର୍ଷ ତାଙ୍କୁ କ୍ରୁଟ୍ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା । ଆଜି ରାଜ୍ୟ ସରକାର ପୁଣିଥରେ କ୍ରୁଟ୍ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରିଛନ୍ତି ଓ ସେ କ୍ରାଇମବ୍ରାଂଚ ସହ ଅତିରିକ୍ତ ଭାବେ ଏହି ଦାୟିତ୍ୱକୁ ମଧ୍ୟ ତୁଲାଇବେ । ବିଏମସି କମିଶନର ୨୦୧୩ ବ୍ୟାଚ୍ ଆଇଏଏସ୍ କୁଲାଙ୍ଗେ ବିଜୟ ଅମୃତ ଏବେ  କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀ ବୋଥ୍ରା ଦାୟିତ୍ୱ ନେବା ଦିନ ହିଁ ତାଙ୍କର ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହେବ ।

ସେହିପରି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ଆଇଜି  ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ କେବଳ ଓଏସଆରଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ପରିବହନ କମିଶନର ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଜେଲ୍ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Related story