Advertisment

ଆଶାକର୍ମୀ କହିଲେ, ‘ନବୀନ ସରକାରକୁ କ’ଣ ଦେଖା ଯାଉନି’

ସ୍ଥାୟୀ ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍‌ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
ASHA workers

ASHA workers

‘ନିଜ ପିଲା ପାଟିରେ ପପି ବୋତଲ ଧରାଇ ପର ପିଲା ପାଇଁ ଯଶୋଦା ମା’ ଭଳି ରାତି ଅଧରେ କାମ କରିବାକୁ ଯିବାକୁ ପଡ଼ୁଛି। କିନ୍ତୁ ସରକାର ସେଗୁଡ଼ିକ କିଛି ବୁଝୁ ନାହାନ୍ତି। ମାତ୍ର ସାଢ଼େ ୪ ହଜାର ଟଙ୍କା ଦରମା ବସ୍ ଭଡାକୁ ନିଅଣ୍ଟ। ଏତିକିରେ କ’ଣ ପିଲା ଛୁଆ ସଂସାର ଚାଲିବ ? ଏଇଟା କ’ଣ ନବୀନ ସରକାର ଆଖିକୁ ଦେଖାଯାଉନି। ନବୀନ ଏସି ରୁମ୍‌ରେ ରହିବେ, ପକେଟରେ ଟଙ୍କା ଭରି ଚାଲିଥିବେ, ଆମର କ’ଣ ଜୀବନ ନାହିଁ, ତାଙ୍କରି ଏକା ଜୀବନ ଅଛି ?’ ଏଭଳି ଅଭିଯୋଗ ଓ ପ୍ରଶ୍ନ ଆଣିଛନ୍ତି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣାରେ ବସିଥିବା ଆଶା କର୍ମୀମାନେ। ସ୍ଥାୟୀ ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍‌ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଗତାକାଲି ଠାରୁ ସେମାନେ ଖରାତରା ସହି ଧାରଣାରେ ବସିଛନ୍ତି।

Advertisment

ଆନ୍ଦୋଳନକାରୀ ଆଶାକର୍ମୀମାନେ କହିଛନ୍ତି, ୨୦୦୫ରେ ଆଶାକର୍ମୀଙ୍କୁ ସରକାର ନିଯୁକ୍ତି ଦେବା ବେଳେ କହିଥିଲେ ଗାଁ ଗହଳିର ଗର୍ଭବତୀମାନଙ୍କୁ ମେଡିକାଲ ନେଇ ପ୍ରସବ କରାଇବାର ବ୍ୟବସ୍ଥା କରିବ। ଏ ବାବଦରେ ୬୦୦ ଟଙ୍କା ମିଳିବ। କାମ କରିବାକୁ ୧୭ ବର୍ଷ ହୋଇଗଲାଣି, ଏହାଭିତରେ ଗୋଟିଏ ପରେ ଗୋଟିଏ ଏଭଳି ୫୫ଟି କାମ ସରକାର ଦେଇଛନ୍ତି। ମାତ୍ର କାମର ସଠିକ୍ ପାରିଶ୍ରମିକ ମିଳୁନି। ବେଠି ଖଟିବା ଭଳି କାମ କରିବାକୁ ପଡ଼ୁଛି। ନିଜ ପିଲା ପାଟିରେ ପପି ବୋତଲ ଧରାଇ ପର ପିଲା ପାଇଁ ଯଶୋଦା ମା’ ଭଳି ରାତି ଅଧରେ କାମ କରିବାକୁ ଯିବାକୁ ପଡ଼ୁଛି। କିନ୍ତୁ ସରକାର ସେଗୁଡ଼ିକ କିଛି ବୁଝୁ ନାହାନ୍ତି। କରୋନା ବେଳେ ବହୁତ ଖଟଣି ଖଟାଇଲେ। ଆଶାମାନେ ନିଜ ପିଲାମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଇ ସରକାରଙ୍କ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଛି। ହେଲେ ଏହି ପରିଶ୍ରମ ପାଇଁ ସରକାର ବାଃ ବାଃ ନେଲେ। ଏହି ସମୟରେ ସରକାର ମାତ୍ର ୧ ହଜାର ଟଙ୍କା ପାରିଶ୍ରମିକ ଦେଲେ। ଏତିକିରେ କ’ଣ ପିଲା ଛୁଆ ସଂସାର ଚାଲିବ ?

ଏବେ ମାସକୁ ମାତ୍ର ସାଢ଼େ ୪ ହଜାର ଟଙ୍କା ଦରମା ମିଳୁଛି। ଗାଡ଼ି ଭଡ଼ା ଉଠୁନି। ଖାଇବୁ କ’ଣ ? ଏଇଟା କ’ଣ ନବୀନ ସରକାର ଆଖିକୁ ଦେଖାଯାଉନି। ସେ ଏସି ରୁମ୍‌ରେ ରହିବେ, ପକେଟରେ ଟଙ୍କା ଭରି ଚାଲିଥିବେ, ଆମର କ’ଣ ଜୀବନ ନାହିଁ, ତାଙ୍କରି ଏକା ଜୀବନ ଅଛି ? ଆମେ କ’ଣ ମଣିଷ ନୁହେଁ। ଏତିକିରେ ସଂସାର ଚଳାଇ ପାରିଲୁନି ବୋଲି ଅତିଷ୍ଠ ହୋଇ ୩୦ ଜିଲ୍ଲାର ଆଶାମାନେ ରାଜରାସ୍ତାରେ ଅନ୍ଦୋଳନ କରିବାକୁ ଓହ୍ଲାଇଛୁ। ସରକାର ଆଶୀର୍ବାଦର ଫାଟକ ନ ଖୋଲିବା ପର୍ଯ୍ୟନ୍ତ ଆମେ ଏଠାରେ ଆନ୍ଦୋଳନରେ ବସିଥିବୁ ବୋଲି ଆଶାକର୍ମୀମାନେ କହିଛନ୍ତି।

Advertisment
Bhubaneswar Strike