Advertisment

ଅଶୋକାଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି

ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥ ଅନୁଷ୍ଠିତ ହେବ। ସେଦିନ ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ଯିବେ। ଦୁଇ ତାରିଖରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Lingaraj temple

Lingaraj temple

Advertisment

ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଲୋକାଲ ହଲିଡେ ଘୋଷଣା। ୨୯ ତାରିଖ ବୁଧବାର ଦିନଟିକୁ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି। ଲୋକାଲ ହଲିଡେ ପାଇଁ ବୁଧବାର ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି।

Advertisment

ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥ ଅନୁଷ୍ଠିତ ହେବ। ସେଦିନ ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ଯିବେ। ଦୁଇ ତାରିଖରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିଷ୍ପତ୍ତି ଅନୁସାରେ ୨୯ ତାରିଖ ସକାଳ ୫ଟାରେ ମଙ୍ଗଳ ଆଳତି କରାଯିବ। ଦିନ ପ୍ରାୟ ସାଢ଼େ ଗୋଟାଏରେ ଶ୍ରୀଲିଙ୍ଗରାଜଙ୍କୁ ରଥାରୂଢ଼ କରାଯିବ। ତା’ପରେ ମହାପ୍ରଭୁଙ୍କ ରଥକୁ ରାମେଶ୍ୱର ମନ୍ଦିରକୁ ଟାଣି ନେବେ ଶ୍ରଦ୍ଧାଳୁ।

ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ ଆସିବେ। ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିଶେଷକରି ରାଜଧାନୀରେ ହେବାକୁ ଥିବା ଟ୍ରାଫିକ୍‌ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇଛି।

Advertisment
Bhubaneswar Lingaraj Temple]
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe