Advertisment

କଲେଜ କ୍ୟାମ୍ପସରୁ ଛାତ୍ରଙ୍କୁ ଘୋଷାରି ନିର୍ଧୂମ ପିଟିଲେ ଅଣଛାତ୍ର

କଲେଜ ଭିତରୁ ୩ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପ୍ରବଳ ପିଟିଥିଲେ। କଲେଜ ସିକ୍ୟୁରିଟି ଗାର୍ଡ ସମେତ ଅନ୍ୟ ଛାତ୍ରମାନେ ଘଟଣାସ୍ଥଳକୁ ଦୌଡ଼ି ଯିବାରୁ ସେମାନେ ଫେରାର ହୋଇ ଯାଇଥିଲେ।

author-image
Niharika Rout
Attack

Attack

କଲେଜ କ୍ୟାମ୍ପସ ପରିସରରେ ତୁମୁଳକାଣ୍ଡ ଘଟାଇଲେ ଅଣଛାତ୍ର । ସମସ୍ତଙ୍କ ଉପସ୍ଥିତିରେ କଲେଜର ସୁରକ୍ଷା ବଳୟକୁ ଭେଦ କରି କ୍ୟାମ୍ପସ୍‌ ଭିତରକୁ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପିଟିଲେ। ଅଣ ଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ୩ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଆଜି ରାଜଧାନୀର ମହର୍ଷି କଲେଜରେ ଘଟିଛି।

Advertisment

ଭୁବନେଶ୍ୱର ମହର୍ଷି କଲେଜରେ କିଛି ଅଣଛାତ୍ର ପଶି ଆଜି ଗଣ୍ଡଗୋଳ କରିଥିବା ଜଣାପଡିଛି । ଏହି ଅଣ ଛାତ୍ରମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷ ୩ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଆକ୍ରମଣ କରିଥିବା ୧୦ରୁ ଊର୍ଦ୍ଧ୍ୱ ଯୁବକ ଝାରପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ କିଛି ଅସାମାଜିକ ଯୁବକ ଦୁଇ ଦିନ ତଳେ ମହର୍ଷି କଲେଜ କ୍ୟାମ୍ପସରେ ପଶି କିଛି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲା ଏହାକୁ ବିରୋଧ କରିଥିଲେ। ଏଥିସହ ସେମାନେ ଉକ୍ତ ଅସାମାଜିକ ଯୁବକଙ୍କୁ ପ୍ରିନ୍ସିପାଲଙ୍କ ନିକଟକୁ ନେଇଥିଲେ। ପ୍ରିନ୍ସିପାଲ ଏନେଇ ପୁଲିସ୍‌ ଓ ସେମାନଙ୍କ ଅଭିଭାବକଙ୍କୁ ଖବର ଦେଇଥିଲେ। ଭବିଷ୍ୟତରେ ଆଉ ଏପରି ଗଣ୍ଡଗୋଳ କରିବେ ନାହିଁ ବୋଲି ସେମାନେ ପୁଲିସ୍‌ ଉପସ୍ଥିତିରେ ଅଣ୍ଡରଟେକିଂ ଦେଇଥିଲେ।

Advertisment

ହେଲେ ଉକ୍ତ ରାଗ ଶୁଝାଇବା ପାଇଁ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ପରେ ୧୦ ରୁ ଊର୍ଦ୍ଧ୍ୱ ଯୁବକ କଲେଜ କ୍ୟାମ୍ପସରେ ପଶିଥିଲେ। ସେମାନେ ହାତରେ ବ୍ୟାଟ, ଲୁହାରଡ଼, ହକି ଷ୍ଟିକ ଧରି କଲେଜ କ୍ୟାମ୍ପସ୍‌ରେ ପଶିଥିଲେ। ଏହାପରେ କଲେଜ ଭିତରୁ ୩ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପ୍ରବଳ ପିଟିଥିଲେ। ଏହାଦେଖି କଲେଜ ସିକ୍ୟୁରିଟି ଗାର୍ଡ ସମେତ ଅନ୍ୟ ଛାତ୍ରମାନେ ଘଟଣାସ୍ଥଳକୁ ଦୌଡ଼ି ଯିବାରୁ ସେମାନେ ଫେରାର ହୋଇ ଯାଇଥିଲେ। ଆକ୍ରମଣରେ ଗୁରୁତର ଜଣେ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ପୁଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଯାଞ୍ଚ କରିବା ସହ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛି। ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଣଛାତ୍ରଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ପୁଲିସ୍‌ ଅଧିକାରୀ।

ଏନେଇ ଗତ ଶୁକ୍ରବାର ବି ପୁଲିସ୍କୁ ଜଣାଇଥିଲୁ। ପୁଲିସ୍‌ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା। ଏବେ ପୁଣି ଥରେ ବିବାଦ ମୁଣ୍ଡ ଟେକିଥିବାରୁ ପୁଲିସ୍‌କୁ ସୂଚନା ଦେଇଛୁ। ଆଇନ୍‌ ଅନୁଯାୟୀ, ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମହର୍ଷି କଲେଜ ପ୍ରିନ୍ସିପାଲ ।

Bhubaneswar Students