Advertisment

ଡ୍ରାଇଭରଙ୍କୁ ଚ୍ୟାଲେଞ୍ଜ ଦେଲେ ଡ୍ରାଇଭର, ଅପମାନର ପ୍ରତିଶୋଧ ପାଇଁ ଆନ୍ଦୋଳନ ଆରମ୍ଭ

ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନରେ ସାମିଲ ହୋଇ ନ ଥିବା ଡ୍ରାଇଭରମାନଙ୍କୁ ଡ୍ରାଇଭର ମହାସଂଘ ପକ୍ଷରୁ ବିଚ୍‌ ରାସ୍ତାରେ ଘୋର ଅପମାନିତ କରାଯାଉଥିବା ଅଭିଯୋଗ ହେଉଛି।

author-image
Niharika Rout
ଅଦ୍ୟତନ ହୋଇଛି
strike

strike

ଡ୍ରାଇଭରଙ୍କୁ ଚ୍ୟାଲେଞ୍ଜ ଦେବେ ଡ୍ରାଇଭର। ନିଜ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବେ। ଏଥିନିମନ୍ତେ ଆଜିଠୁ ଆନ୍ଦୋଳନ କରିବେ ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ । ଫଳରେ ରାଜଧାନୀରେ ଆଜି ଗଡ଼ିବନି ଅଟୋ ।

Advertisment

ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନରେ ସାମିଲ ହୋଇ ନ ଥିବା ଡ୍ରାଇଭରମାନଙ୍କୁ ଡ୍ରାଇଭର ମହାସଂଘ ପକ୍ଷରୁ ବିଚ୍‌ ରାସ୍ତାରେ ଘୋର ଅପମାନିତ କରାଯାଉଥିବା ଅଭିଯୋଗ ହେଉଛି। ଏପରିକି ରାଜରାସ୍ତାରେ ସେମାନଙ୍କ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ଓହ୍ଲାଇ ଦିଆଯାଉଛି। ଏହାପରେ ସେମାନଙ୍କ ବେକରେ ଫୁଲମାଳ ପକାଇ ହାତରେ ଏକ ପ୍ଲାକାର୍ଡ ଧରା ଯାଉଛି। ଉକ୍ତ ପ୍ଲାକାର୍ଡରେ ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ବୋଲି ଲେଖା ରହୁଛି। ଏପରିକି ତାହାର ଫଟୋ ବି ଉଠାଯାଉଛି।

ଏଥିରେ ନିଜକୁ ଖୁବ୍‌ ଅପମାନିତ ମନେ କରି ଆଜି ଆନ୍ଦୋଳନ ଡାକରା ଦେଇଛନ୍ତି ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ । ଏନେଇ ସଂଘର ଜଣେ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ରାସ୍ତା ମଝିରେ ଆମକୁ ପରିହାସ କରାଯାଉଛି। ମାଡ଼ ମରାଯାଉଛି। ଆମେ ଡ୍ରାଇଭର ସମାଜ ପାଇଁ କଳଙ୍କ ବୋଲି ପ୍ଲାକାର୍ଡ ଧରି ଫଟୋ ଉଠା ଯାଉଛି । ପୁଲିସ୍‌ ଉପସ୍ଥିତିରେ ଏସବୁ ହେଉଥିବା ବେଳେ ପୁଲିସ୍‌ ଚୁପ୍‌ ରହୁଛି। ଏହାଦ୍ୱାରା ଆମ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ହୃଦୟଙ୍ଗମ କରି ଆମେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥିର କରିଛୁ।

Advertisment

ମାତ୍ର ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ ଅଭିଯୋଗକୁ ଡ୍ରାଇଭର ମହାସଂଘ ପକ୍ଷରୁ ଖଣ୍ଡନ କରାଯାଇଛି। ଆମେ କେବଳ ସେମାନଙ୍କ ବେକରେ ଫୁଲମାଳ ପକାଇଛୁ, କୌଣସି ଲେଖା ଥିବା ପ୍ଲାକାର୍ଡ ଧରାଇନୁ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ସଫେଇ ଦିଆଯାଇଛି। ଏପରିକି ଆମକୁ ବଦନାମ କରିବାକୁ ସେମାନେ ଏପରି କରିଥିବା ଅଭିଯୋଗ ବି କରିଛନ୍ତି।

ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ଗତକାଲିଠୁ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛି। ମାତ୍ର ଏହି ଆନ୍ଦୋଳନରେ ସବୁ ଡ୍ରାଇଭର ସାମିଲ ହୋଇ ନ ଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅପରପକ୍ଷେ, ଆନ୍ଦୋଳନ ଯୋଗୁ ଯାତ୍ରୀବାହୀ ବସ୍‌ ସମେତ ଅନ୍ୟାନ୍ୟ ଗାଡ଼ି ରାସ୍ତାରେ ଗଡ଼ି ପାରୁ ନ ଥିବା ବେଳେ ପରିବହନ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି।

Bhubaneswar Strike DRIVER STRIKE