Advertisment

ବାଲେଶ୍ୱର ଟ୍ରେନ ଦୁର୍ଘଟଣା; ସହାୟତା କାର୍ଯ୍ୟରେ ହେଲିକପ୍ଟର ଅଫର୍ କଲେ ବୈଜୟନ୍ତ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Baijayant Panda

ବାଲେଶ୍ୱର ବାହାନଗା ନିକଟରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ନିଜ ହେଲିକପ୍ଟର ଅଫର କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏଭଳି ଦୁଃଖଦ ସମୟରେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ନିଜର ହେଲିକପ୍ଟର ଯୋଗାଇ ଦେବା ସହ ସମସ୍ତ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କୁ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।

Advertisment

ଉଦ୍ଧାର କାର୍ଯ୍ୟରେ ଯୋଗଦେବା ପାଇଁ ଯଦି କୌଣସି ସରକାରୀ ଅଧିକାରୀ, ଡାକ୍ତରୀ ଦଳ କିମ୍ବା ବିପର୍ଯ୍ୟୟ ପ୍ରଶମନ ଦଳ ଭୁବନେଶ୍ୱରରୁ ଦୁର୍ଘଟଣା ସ୍ଥଳକୁ ଯିବାକୁ ଚାହାନ୍ତି ତେବେ ତାଙ୍କ ହେଲିକପ୍ଟର ପ୍ରସ୍ତୁତ ଥିବା ଶ୍ରୀ ପଣ୍ଡା ଜଣାଇଛନ୍ତି। ଯାତ୍ରୀଙ୍କ ବୃହତର ସ୍ୱାର୍ଥକୁ ନଜରରେ ରଖି ସେ ସହଯୋଗର ହାତ ବଢାଇଥିବା ସେ କହିଛନ୍ତି। ଏହା ସହ ମୁଖ୍ୟ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ତାଙ୍କର ହେଲିକପ୍ଟର ବ୍ୟବହାର କରିବାକୁ ନିବେଦନ କରିଛନ୍ତି।

ଏହି ଭୟଙ୍କର ଦୁର୍ଘଟଣା ପାଇଁ ଶ୍ରୀ ପଣ୍ଡା ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment
TrainAccidentInOdisha OdishaTrainTragedy