Advertisment

ଝାରସୁଗୁଡ଼ାରେ ବୈଜୟନ୍ତଙ୍କ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ, ସାମିଲ ହେଲେ ସବୁବର୍ଗର ଲୋକ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଭାବ ବିନିମୟ କରିଛନ୍ତି ।

BJP holds 'Chai Pe Charcha'

BJP holds 'Chai Pe Charcha'

Advertisment

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଭାବ ବିନିମୟ କରିଛନ୍ତି ।

Advertisment

ଉପନିର୍ବାଚନରେ ବିଜେପିର ଷ୍ଟାର କ୍ୟାମ୍ପେନର ଶ୍ରୀ ପଣ୍ଡା ଆଜି ସକାଳେ ଝାରସୁଗୁଡ଼ା ସହରର କାଳି ମନ୍ଦିର ରାସ୍ତାରେ ଏକ ଚା’ ଦୋକାନ ନିକଟରେ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ମହିଳା, ଯୁବକ, ଛାତ୍ର ଓ କର୍ମଜୀବୀମାନଙ୍କ ସହ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ କ୍ଷମତାସୀନ ବିଜେଡିର ମାଫିଆ ସରକାରକୁ ଏବେ ଝାରସୁଗୁଡ଼ାବାସୀ ତୀବ୍ର ବିରୋଧ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଥିଲେ ।

ଝାରସୁଗୁଡ଼ାରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଭୋଟରମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନାବେଳେ ବିଜେଡି ସରକାର ବିରୋଧରେ ସେମାନେ ମତ ଦେଉଥିବା ଶ୍ରୀ ପଣ୍ଡା କହିଛନ୍ତି । ଝାରସୁଗୁଡ଼ାରେ ଡାକ୍ତର ଅଭାବ, ଥାନାର ରାଜନୀତିକରଣ, ଚାଷୀଙ୍କ ପାଇଁ ଟୋକନ୍ ବ୍ୟବସ୍ଥା ନହେବା, ଅଘୋଷିତ ବିଜୁଳି କାଟ, ବ୍ୟାପକ ମାତ୍ରାରେ ପ୍ରଦୂଷଣ, ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ନମିଳିବା, ଜିଲ୍ଲାରେ ଗୋଟିଏ ବି ସରକାରୀ କଲେଜ ନଥିବା ଆଦି ବିଜେଡି ସରକାରର ବିଫଳତାର ନଗ୍ନ ଚିତ୍ରର ପ୍ରମାଣ ଦେଉଛି । ତେଣୁ ଝାରସୁଗୁଡ଼ାର ବିକାଶ ପାଇଁ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀକୁ ବିପୁଳ ଭୋଟରେ ବିଜୟୀ କରିବାକୁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି ।

Advertisment

ଏହି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଝାରସୁଗୁଡ଼ାର ସାମଗ୍ରିକ ବିକାଶ ବିଜେପିର ମୁଖ୍ୟ ପ୍ରସଙ୍ଗ ହେବ । ୯୦ଦିନ ପରେ ବି ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇପାରିଲା ନାହିଁ । ରାଜ୍ୟ ସରକାରଙ୍କର ନିଜର କିମ୍ବା କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଉପରେ ଭରସା ନାହିଁ । ଏବେ ନିଜ ଛାଇକୁ ଦେଖି ରାଜ୍ୟ ସରକାର ଡରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ସେହିପରି ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂଦେଓ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିôଥଲେ ଯେ, ଲୋକେ ଭୟମୁକ୍ତ ଝାରସୁଗୁଡ଼ା ଚାହୁଁଛନ୍ତି । ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ପିଲାଙ୍କୁ ରୋଜଗାର, ପିଇବା ପାଣି ଓ ଜଳସେଚନ ଭଳି ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛି ।

ଏହି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ସଂଯୋଜନା ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା କରିଥିବାବେଳେ ଏଥିରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ନିହାର ରାୟ, ସୁଜିତ୍ ଦାସ ପ୍ରମୁଖ ସାମିଲ ଥିଲେ ।

Bjp Politics Chai Pe Charcha Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe