Advertisment

ଗବୋନରେ ଫସିଛନ୍ତି ୪ ଓଡ଼ିଆ; ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଗବୋନରେ ଫସି ରହିଥିବା ୪ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଘଡ଼ିଆମାଳ ଗାଁର।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

Advertisment

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡ଼ିଆମାଳ ଗାଁର ବିଦ୍ୟାଧର ପ୍ରଧାନ, ଶୁଭ୍ରକାନ୍ତ ପ୍ରଧାନ, ପ୍ରଶାନ୍ତ କୁମାର ରାଉତ ଓ ନିରଞ୍ଜନ ମହାନ୍ତି ଅଧିକ ରୋଜଗାର ଆଶାରେ ଜଣେ ଏଜେଣ୍ଟଙ୍କ ଜରିଆରେ ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ଗବୋନ ଯାଇଥିଲେ। ସେଠାରେ ଏକ କମ୍ପାନୀ ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ବେତନ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କମ୍ପାନୀ ସେମାନଙ୍କୁ ଆଦୌ ପାରିଶ୍ରମିକ ଦେଇ ନାହିଁ। ଓଲଟି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। ବହୁ ଅନୁରୋଧ ସତ୍ତ୍ୱେ କମ୍ପାନୀ ସେମାନଙ୍କୁ ପାରିଶ୍ରମିକ ଦେଉ ନାହିଁ କି ସ୍ୱଦେଶକୁ ଫେରିବାକୁ ଛାଡ଼ୁନାହିଁ।

ଏ ବିଷୟରେ ଜାଣିବା ପରେ ଉପାୟଶୂନ୍ୟ ସେମାନଙ୍କ ପରିବାର ଲୋକେ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସେମାନଙ୍କ ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଜଣାଇବା ସହିତ ତୁରନ୍ତ ପଦକ୍ଷେପ ନେଇ ଉକ୍ତ ୪ ଯୁବକଙ୍କୁ ସୁରକ୍ଷିତ ଭାରତ ଫେରିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।

Advertisment
Bjp Baijayanta Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe