Advertisment

୫ଦିନ ପରେ ବି ଚିହ୍ନଟ ହୋଇପାରୁନି ୮୭ଜଣଙ୍କ ଶବ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେଲା ରେଳବାଇ

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ  ୫ଦିନ ବିତିବା ପରେ ବି ଆଉ ମୃତ ୮୭ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି ।

ଅଦ୍ୟତନ ହୋଇଛି
Bahanaga Station

Bahanaga Station

Advertisment

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ  ୫ଦିନ ବିତିବା ପରେ ବି ଆଉ ମୃତ ୮୭ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି ।  ଏହି ସମସ୍ତ ୮୭ଜଣଙ୍କ ଶବକୁ ଏବେ ଭୁବନେଶ୍ୱରସ୍ଥିତ ଏମସ୍ ହସ୍ପିଟାଲରେ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷିତ ଭାବେ ରଖିଥିବାବେଳେ ଡିଏନଏ ଟେଷ୍ଟିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପୋର୍ଟାଲ୍ ( ସଂଚାର ସାଥୀ) ମାଧ୍ୟମରେ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ‘ଆଧାର’ ବାୟୋମେଟ୍ରିକ ଡିଭାଇସ୍ ସ୍କାନିଂ ଦ୍ୱାରା ମୃତକଙ୍କ ପରିଚୟ ଜାଣିବାକୁ ପ୍ରୟାସ ହୋଇଥିଲେ ମଧ୍ୟ ଅଧିକାଂଶ ମୃତକଙ୍କ ଶରୀରରେ ଉପର ଚର୍ମ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ପରିଚୟ ଜାଣିବାରେ ଆଧାର ବାୟୋମେଟ୍ରିକ ଡିଭାଇସ୍ ଫେଲ୍ ମାରିଥିବା ସୂଚନା ମିଳିଛି ।

Advertisment

ଭୁବନେଶ୍ୱରସ୍ଥିତ ଏମସ ଅଧୀକ୍ଷକ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁର୍ଘଟଣା ପରେ ମୋଟ ୧୨୩ଜଣ ମୃତକଙ୍କ ଶବ ଏମସକୁ ଆସିଥିଲା । ସେଥିରୁ ମୋଟ ୭୫ଜଣଙ୍କ ଶବ ଚିହ୍ନଟ ପ୍ରକ୍ରିୟା ଶେଷ ହେବାପରେ ସେମାନଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ବାକି ୪୮ଜଣଙ୍କ ମୃତଦେହ ଏମସରେ ଥିବାବେଳେ ଏବେ ବିଭିନ୍ନ ହସ୍ପିଟାଲରେ ଥିବା ବାକି ୩୯ଜଣଙ୍କ ମୃତଦେହକୁ ମଧ୍ୟ ଏମସକୁ ଅଣାଯାଇଛି । ଏବେ ମୋଟ ୮୭ଜଣଙ୍କ ଶବ ଏମସ ପରିସରରେ ସୁରକ୍ଷିତ ରହିଛି ।

ଏହି ଶବ ମଧ୍ୟରୁ ୩-୪ଜଣଙ୍କ ପରିଚୟ ଚିହ୍ନଟ ହୋଇଛି ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏହା ହସ୍ତାନ୍ତର କରାଯିବା ପ୍ରକ୍ରିୟା ଜାରି ରହିଛି ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି । ଅନ୍ୟପକ୍ଷରେ ରେଳବାଇ ଓ ରାଜ୍ୟ ସରକାର ମଧ୍ୟ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ଶବ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର ପରେ ବାକି ଥିବା ସମସ୍ତ ମୃତ ଶରୀର କେବଳ ଭୁବନେଶ୍ୱର ଏମସ ହସ୍ପିଟାଲରେ ରଖାଯାଇଛି ତଥା ଚିହ୍ନଟ ପାଇଁ ଅନ୍ୟ କୌଣସି ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଦୁର୍ଘଟଣାରେ ମୋଟ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାର ଗତକାଲି ଚୂଡ଼ାନ୍ତ ତଥ୍ୟ ଦେଇଥିଲେ ।

Advertisment

ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ ମୃତ ଯାତ୍ରୀଙ୍କ ଚିହ୍ନଟ ନିମନ୍ତେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପୋର୍ଟାଲ ଓ ସିମ୍ କାର୍ଡକୁ ଯାଂଚ ଆରମ୍ଭ କରିଛି । ଏହି ଏଆଇ ମାଧ୍ୟମରେ ମୃତ ଯାତ୍ରୀଙ୍କ ଫଟୋଗ୍ରାଫରୁ ସେମାନଙ୍କ ଫୋନ୍ ନମ୍ବର ଓ ଆଧାର ନମ୍ବରକୁ ଚିହ୍ନଟ କରିବା ସମ୍ଭବପର ହୋଇଥିବା ସୂଚନା ମିଳିଛି । ଏହି ଏଆଇ ପୋର୍ଟାଲରେ ଚିହ୍ନଟ ହୋଇନଥିବା ମୋଟ ୬୪ଜଣ ମୃତ ଯାତ୍ରୀଙ୍କ ଫଟୋଚିତ୍ରକୁ ଉପଯୋଗ କରାଯାଇଥିଲା ଓ ସେଥିରୁ ୪୫ଜଣଙ୍କ ସମ୍ପର୍କରେ ତଥ୍ୟ ମିଳିଥିବା ଜଣାପଡ଼ିଛି । ଏହି ଏଆଇ ପୋର୍ଟାଲ ମାଧ୍ୟମରେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍ ମୋବାଇଲ ସଂଯୋଗ ସମ୍ପର୍କିତ ତଥ୍ୟ, ସେମାନଙ୍କର ନାଁ ଓ ଗନ୍ତବ୍ୟସ୍ଥଳକୁ ଟ୍ରାକ୍ କରାଯାଇପାରିଛି । ଯେଉଁ ମୃତ ବ୍ୟକ୍ତିଙ୍କ ଫଟୋଚିତ୍ରକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପୋର୍ଟାଲ ଚିହ୍ନଟ କରି ସେମାନଙ୍କର ଫୋନ୍ ନମ୍ବର ଓ ଆଧାର ତଥ୍ୟ ଦେଇଛି, ସେହି ଆଧାରରେ ସମ୍ପୃକ୍ତ ମୃତ ବ୍ୟକ୍ତିମାନଙ୍କ ପରିବାର ବର୍ଗଙ୍କ ସହ ରେଳବାଇ ପକ୍ଷରୁ ଯୋଗାଯୋଗ ଆରମ୍ଭ ହୋଇଛି । କିଛି ମୃତ ଶରୀର ଚିହ୍ନଟ କରିବା ସ୍ଥିତିରେ ନାହିଁ ବୋଲି ସୂଚନା ମିଳିଛି ।

Balasore Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe