Advertisment

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା: ମୃତଦେହର ଦାବିବାର ନ ଥିଲେ ୫ ଦିନ ପରେ ହୋଇପାରେ ସଂସ୍କାର

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଭୁବନେଶ୍ୱର ଏମ୍‌ସକୁ ଆସିଥିବା ଅଧିକ କ୍ଷତବିକ୍ଷତ ମୃତଦେହର କେହି ଦାବିଦାର ନ ମିଳିଲେ ଆସନ୍ତା ୪-୫ ଦିନ ପରେ ଏହାକୁ ସଂସ୍କାର କରି ଦିଆଯିବ।

author-image
Niranjan Mishra
ଅଦ୍ୟତନ ହୋଇଛି
AIIMS

AIIMS

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଭୁବନେଶ୍ୱର ଏମ୍‌ସକୁ ଆସିଥିବା ଅଧିକ କ୍ଷତବିକ୍ଷତ ମୃତଦେହର କେହି ଦାବିଦାର ନ ମିଳିଲେ ଆସନ୍ତା ୪-୫ ଦିନ ପରେ ଏହାକୁ ସଂସ୍କାର କରି ଦିଆଯାଇପାରେ। ଏନେଇ ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏମ୍‌ସର ଆଡିସ୍‌ନାଲ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଂଜନ ତ୍ରିପାଠୀ କହିଛନ୍ତି, ବିଭିନ୍ନ ପର୍ଯ୍ୟାୟରେ ଏମସକୁ ୧୬୨ଟି ମୃତଦେହ ଆସିଥିଲା। ଯାଞ୍ଚ ପରେ ୮୧ଟି ମୃତଦେହ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଏବେ ବି ଏମସରେ ୮୧ଟି ମୃତଦେହ  ଅଛି। ଯାହା ଭିତରରୁ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ସେପଟେ ଏକାଧିକ ଲୋକ ମଧ୍ୟ ଗୋଟିଏ ମୃତଦେହର ଦାବିଦାର ରହିଛନ୍ତି। ସେଥିପାଇଁ ଡିଏନଏ ମ୍ୟାଚିଂ ପାଇଁ ୭୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି। ଆଉ ଦିନେ ଦୁଇ ଦିନ ଭିତରେ ସ୍ପଷ୍ଟ ରିପୋର୍ଟ ଆସିବ। ତେବେ ଅଧିକ କ୍ଷତବିକ୍ଷତ ହୋଇଥିବା ମୃତଦେହଗୁଡ଼ିକୁ ଆଉ ୪-୫ ଦିନ ସଂରକ୍ଷିତ ରଖାଯାଇପାରିବ। ତଥାପି ଅଧିକ ଦିନ ସଂରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି। ସ୍ଥିତିକୁ ଦେଖି ଦାବିଦାର ନ ଥିବା ମୃତଦେହକୁ ନିୟମ ଅନୁସାରେ ବୈଜ୍ଞାନିକ ପଦ୍ଧତିରେ ସଂସ୍କାର କରି ଦିଆଯିବ ବୋଲି ପ୍ରଭାସ ତ୍ରିପାଠୀ କହିଛନ୍ତି।

ଜଣେ ବ୍ୟକ୍ତିର ମୃତଦେହ ମୃତ୍ୟୁର ୧୨ ଘଣ୍ଟା ଭିତରେ ପହଞ୍ଚିଲେ ଏହାକୁ ବର୍ଷାଧିକ ସମୟ ରଖାଯାଇପାରିବ। ମାତ୍ର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆସିଥିବା ମୃତଦେହଗୁଡ଼ିକ ମୃତ୍ୟୁର ୪୮ ଘଣ୍ଟା ପରେ ଆସିଛି। ତାହା ସାଙ୍ଗକୁ ମୃତଦେହଗୁଡ଼ିକ କ୍ଷତବିକ୍ଷତ ହୋଇଯାଇଛି। ତେଣୁ ପାରାଦୀପରୁ ଆସିଥିବା କଣ୍ଟେନର ଫ୍ରିଜରରେ ଏଗୁଡ଼ିକ ବହୁ ଦିନ ରଖିବା ସମ୍ଭବ ନୁହେଁ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
AIIMS Bhubaneswar Aiims BalasoreTrainAccident