Advertisment

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଦୁଇ ଲୋକୋ ପାଇଲଟ୍‌ଙ୍କ ବୟାନ ରେକର୍ଡ

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପ୍ରତ୍ୟକ୍ଷଦର୍ଶୀ ତଥା କରମଣ୍ଡଳ ଏକ୍ସପ୍ରେସର ୨ ଆହତ ଡ୍ରାଇଭର ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି।

ଅଦ୍ୟତନ ହୋଇଛି
Train accident

Train accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପ୍ରତ୍ୟକ୍ଷଦର୍ଶୀ ତଥା କରମଣ୍ଡଳ ଏକ୍ସପ୍ରେସର ୨ ଆହତ ଲୋକୋ ପାଇଲଟ୍ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଆଜି ଦ.ପୂ ରେଲୱେ CPRO ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଦୁର୍ଘଟଣାରେ ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଜଣେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌  ହଜାରୀ ବେହେରା ଗୁରୁତର ହୋଇଥିଲେ। ଲୋକୋ ପାଇଲଟଙ୍କ ଅବସ୍ଥା ଭଲ ଥିବାରୁ ଏବେ ସେ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର ହୋଇସାରିଛନ୍ତି। ତେବେ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ଶରୀରରେ ବହୁ ଗୁରୁତର ଅଘାତ ଲାଗିଥିବାରୁ ଅପରେଶନ ହେବାର ଥିଲା। ଅପରେଶନ ପରେ ସେ ୱାର୍ଡକୁ ଆସିବେ। ଆଜି ଏହି ଅପରେଶନ ସରିବ। ଉଭୟ ଲୋକୋ ପାଇଲଟ ଓ ଗାର୍ଡ ଏମ୍‌ସରେ ଚିକିତ୍ସାଧିନ ଅଛନ୍ତି। ୩ ଜଣଙ୍କ ଅବସ୍ଥା ସ୍ଥିର ଅଛି।

ଦୁର୍ଘଟଣାଗ୍ରସ୍ତ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳର ୨ ଡ୍ରାଇଭର ଓ ଗାର୍ଡଙ୍କ ବୟାନ ରେକର୍ଡ ରେଳ ସୁରକ୍ଷା କମିଶନ କରିଛନ୍ତି। ଏ ୩ ଜଣଙ୍କ ସହ ଷ୍ଟେସନରେ କାର୍ଯ୍ୟରତ ଅନ୍ୟମାନଙ୍କ ବୟାନ ନିଆଯାଇଛି। ଷ୍ଟେସନର ମେଣ୍ଟେନର୍, ପଏଣ୍ଟ୍‌ସ୍ ମ୍ୟାନଙ୍କ ବୟାନ ରେକର୍ଡ ହୋଇଛି। କରମଣ୍ଡଳ ପାଇଁ ମେନ୍ ଲାଇନ୍‌ରେ ଗ୍ରୀନ ସିଗ୍‌ନାଲ୍ ଥିଲା।ଏବେ ରେଲୱେ ସେଫ୍ଟି କମିଶନର ଓ ସିବିଆଇ ଉଭୟ ତଦନ୍ତ କରିବେ। ଉଭୟଙ୍କ ତଦନ୍ତ ରିପୋର୍ଟ ମିଳିବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପିଆର୍‌ଓ ଜଣାଇଛନ୍ତି।

Advertisment

ରେଲୱେ ବୋର୍ଡ ସଦସ୍ୟା ଜୟାବର୍ମା ସିହ୍ନା କହିଛନ୍ତି, ଲୋକୋ ପାଇଲଟଙ୍କ ସହ କଥା ହେବା ବେଳେ ଘଟଣା ସମ୍ପର୍କରେ ଅନେକ କଥା ଜଣାପଡ଼ିଛି। ସେମାନଙ୍କୁ ଯିବା ପାଇଁ ଗ୍ରୀନ୍‌ ସିଗ୍‌ନାଲ ମିଳିଥିଲା। ଟ୍ରେନ୍‌ ଓଭରସ୍ପିଡ୍‌ରେ ମଧ୍ୟ ଯାଉ ନ ଥିଲା। ଲୋକୋ ପାଇଲଟ୍ ଏହା ଜଣାଇଛନ୍ତି। ତେଣୁ ଯେଉଁମାନେ କହୁଛନ୍ତି ରେଡ୍‌ ସିଗନାଲ ଥିବା ସତ୍ତ୍ୱେ ଟ୍ରେନ୍ ଯାଉଥିଲା ତାହା ଠିକ୍‌ ନୁହେଁ। ଲୋକଙ୍କ ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରେନ୍‌ ଚାଳକ ଦାୟିତ୍ୱ ତୁଲାଇ ଥାଏ। ଟ୍ରେନ୍‌ କେତେ କିଲୋମିଟର ବେଗରେ ଆସୁଥିଲା ତାହାର ରେକର୍ଡ ମଧ୍ୟ ସଂଗ୍ରହ କରାଯାଇଛି। ଏହି ଟ୍ରେନ୍‌ ୧୩୦ କିଲୋମିଟର ଯାଇପାରିବାର ଅନୁମତି ଥିଲା, ତେଣୁ ଟ୍ରେନ୍‌ ୧୨୮ କିମି ବେଗରେ ଯାଉଥିଲା ବୋଲି ଜୟାବର୍ମା କହିଛନ୍ତି।

ତେଣୁ ଦୁଇ ଲୋକୋ ପାଇଲଟ ପୂରା ସୁସ୍ଥ ହେଲା ପରେ ଘଟଣା ଉପରୁ ପରଦା ହଟିବା ବୋଲି କୁହାଯାଉଛି। ସେପଟେ ଦୁର୍ଘଟଣା ପରେ ଲୋକ ପାଇଲ୍‌ଙ୍କୁ କିପରି ଉଦ୍ଧାର କରାଯାଇଥିଲା ତାହାର ଫଟୋ ସାମ୍ନାକୁ ଆସିଛି।

ସେପଟେ ଦ.ପୂ ରେଲୱେ ସେଫ୍ଟି  କମିଶନର ଘଟଣାର ତଦନ୍ତ କରୁଥିବା ବେଳେ ପୂର୍ଣ୍ଣ ରିପୋର୍ଟ ଆସିବା ପରେ ସ୍ଥିତି ସମ୍ପର୍କରେ କୁହାଯିବ ବୋଲି ସୂଚନା ମିଳିଛି।

Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe