Advertisment

ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି: ୧୨୦୮ ଆହତଙ୍କ ଭିତରୁ ଡିସ୍‌ଚାର୍ଜ ହେଲେଣି ୧୦୦୯; ୧୯୮ ଚିକିତ୍ସାଧୀନ

ଏହା ଭିତରୁ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍‌ରେ ରଖାଯାଇଛି।

train accident

train accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ୍ ନିକଟରେ ଘଟିଯାଇଥିବା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ମୋଟ ୧୨୦୭ ଜଙ୍କ ଭିତରୁ ଅନେକ ସରକାରୀ ଓ କିଛି ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ପରେ ୧୦୦୯ ଜଣଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ଏବେ ମୋଟ ୧୯୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଏହା ଭିତରୁ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍‌ରେ ରଖାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

Advertisment

ସେପଟେ ସ୍ୱେଚ୍ଛାସେବୀଙ୍କ ସହାୟତାକୁ ଦେଖି ପ୍ରଶାସନିକ ଅଧିକାରୀମାନେ ପ୍ରଶଂସାରେ ସତମୁଖ ହୋଇପଡ଼ିଛନ୍ତି।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ନାହିଁ। ସାରା ଓଡ଼ିଶାର ଲୋକେ ସ୍ୱତଃପ୍ରବୃତ ଭାବେ ରକ୍ତ ଦେଇ ଚାଲିଛନ୍ତି। ସମସ୍ତଙ୍କ ସହଯୋଗ ପାଇଁ ଓଡ଼ିଶାରେ ରକ୍ତର ଅଭାବ ନାହିଁ।

Advertisment

ଉଦ୍ଧାର କାର୍ଯ୍ୟ ସଂପର୍କରେ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସହ ସମସ୍ତେ ଲାଗିଯିବାରୁ ଅନେକ ଜୀବନ ବଞ୍ଚିଲା। ତ୍ୱରିତ ଉଦ୍ଧାର ଓ ଚିକିତ୍ସା ଯୋଗାଇବାରୁ ୧୨ଶହ ଲୋକଙ୍କ ଜୀବନ ବଞ୍ଚିଗଲା। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଯେତେ ସାବାସୀ ଦେଲେ ବି କମ୍ ହେବ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ଟିମ୍, ଓଡ୍ରାଫ୍ ଟିମ୍‌ କାମ ପ୍ରଶଂସନୀୟ।

Balasore Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe