Advertisment

ଆଜି ଓକିଲ ସଂଘ ନିର୍ବାଚନ, ଭୋଟ ଦେବେ ୩୩, ୪୩୪ ଆଇନଜୀବୀ

ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ଟି ଏକଜିକ୍ୟୁଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ ଟି ପଦବୀ ପାଇଁ ନିର୍ବାଚନ ହେବ।

author-image
Niharika Rout
Election

Election

ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍‌ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି। ମୋଟ ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍‌ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ।

Advertisment

ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ଟି ଏକଜିକ୍ୟୁଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ ଟି ପଦବୀ ପାଇଁ ନିର୍ବାଚନ ହେବ। ହାଇକୋର୍ଟ ବାର୍‌ ଆସୋସିଏସନର ୪, ୨୯୭ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ।

ସକାଳ ୮ ଟା ରୁ ଅପରାହ୍ନ ୩ ଟା ଯାଏଁ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ପାଇଁ ହାଇକୋର୍ଟ ବାର୍‌ ଆସୋସିଏସନ ହଲରେ ୩୭ ଟି ବୁଥର ବ୍ୟବସ୍ଥା ହୋଇଛି। ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ଘଣ୍ଟାଏ ପରେ ଭୋଟ ଗଣତି ଆରମ୍ଭ ହେବ।

Advertisment

ପ୍ରଥମ ଥର ପାଇଁ ବୟସାଧିକ କାରଣରୁ ଭୋଟ ଦେବାକୁ ଆସିପାରୁନଥିବା ୯୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି।

Election