Advertisment

ଓଡ଼ିଶାରେ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍,ହାୱଡ଼ାରୁ ଗଡ଼ିଲା ପୁରୀ

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି।

ଅଦ୍ୟତନ ହୋଇଛି
Vande  Bharat Express

Vande Bharat Express

Advertisment

ଓଡ଼ିଶାରେ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍। ଆଜି ସକାଳ ୬ଟା ୧୦ରେ ପୁରୀ-ହାୱଡ଼ା ରୁଟରେ ଏହି ଟ୍ରେନ ଛାଡ଼ିଛି । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବ ଏହି ଅତ୍ୟାଧୁନିକ ଟ୍ରେନ୍।

Advertisment

ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ଏହି ଟ୍ରେନ। ପୁଣି ଗୋଟାଏ ୫୦ ମିନିଟରେ ପୁରୀ ଛାଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ରାତି ୮ଟା ୩୦ରେ ହାୱଡ଼ା ପହଞ୍ଚିବ। ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି।

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।

Advertisment

ବୁଧବାର ଦିନ ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବନ୍ଦେ ଭାରତ ଏକ୍ସପ୍ରେସର ବଗି ଗୁଡ଼ିକ କୋଲକାତା ଯାଇଥିଲା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଆଜି  ଟ୍ରାଏଲ୍‌ ରନ୍‌ କରାଯାଇଛି। 

Bhubaneswar Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe