Advertisment

ମଞ୍ଚରେ ଟଳି ପଡ଼ିଲେ ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନ

ଦ୍ୱିତୀୟ ପର୍ଯ୍ୟାୟ ନୃତ୍ୟ ପରିବେଷଣ ପାଇଁ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ଖଚାଖଚ୍‌ ଦର୍ଶକଙ୍କ ଭିତରେ ଅତିଥିଙ୍କ ଗହଣରେ ନୃତ୍ୟ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ଷ୍ଟେଜ୍‌ରେ ପଡ଼ି ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Dance

Dance

ଏମିତି ବି ଆସେ ମୃତ୍ୟୁ। ଖଚାଖଚ୍‌ ଦର୍ଶକଙ୍କ ସମ୍ମୁଖରେ ମଞ୍ଚରେ ଟଳିପଡ଼ିଲେ ନୃତ୍ୟଗୁରୁ। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟ ବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।

Advertisment

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ନୃତ୍ୟ ଗୁରୁ ଶିଳ୍ପୀ ଯୋଗଦେଇଥିଲେ। ଦେଶ ବାହାରୁ ମଧ୍ୟ ବହୁ କଳାକାର ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। ଆଜି ତୃତୀୟ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ମ୍ୟାଲେସିଆରୁ ଆସିଥିବା ଭାରତ ନାଟ୍ୟମ୍‌ ନୃତ୍ୟ ଗୁରୁ ଶ୍ରୀଗଣେଶ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀଗଣେଶନଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ତା’ପରେ କିଛି ସମୟ ପାଇଁ ବ୍ରେକ୍‌ ଦିଆଯାଇଥିଲା।

Danceଷ୍ଟେଜ୍‌ରେ ପଡ଼ିଯାଇଛନ୍ତି ଭାରତ ନାଟ୍ୟମ୍‌ ଗୁରୁ ଶ୍ରୀଗଣେଶ

ଦ୍ୱିତୀୟ ପର୍ଯ୍ୟାୟ ନୃତ୍ୟ ପରିବେଷଣ ପାଇଁ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ଖଚାଖଚ୍‌ ଦର୍ଶକଙ୍କ ଭିତରେ ଅତିଥିଙ୍କ ଗହଣରେ ନୃତ୍ୟ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ଷ୍ଟେଜ୍‌ରେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଗଣେଶନଙ୍କ ମୃତ୍ୟରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି।  

Advertisment
Bhubaneswar Bhubaneswar News