Advertisment

କାହା ପ୍ରତି ଉଦ୍ଦିଷ୍ଟ ଭର୍ତ୍ତୃହରିଙ୍କ ମନ୍ତବ୍ୟ ‘ଗୁମାସ୍ତଙ୍କ ଅତ୍ୟାଚାର ଥିଲା, ଆଜି ବି କିଛି କମ୍‌ ନାହିଁ’?

ଏହାସହ ସାଆନ୍ତ ଓ ଗୁମାସ୍ତା ପ୍ରସଙ୍ଗ ଉଠାଇଛନ୍ତି ଭର୍ତ୍ତୃହରି।

ଅଦ୍ୟତନ ହୋଇଛି
BHARTUHARI

BHARTUHARI

Advertisment

କିଛି ଦିନ ତଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି କରିଥିବା ବେଳେ ଗତକାଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଭିନ୍ନ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯାହାକୁ ଆପଣ ନିଜର ବୋଲି ଭାବିବେ, ସେ ମଧ୍ୟ ଅନେକ ସମୟରେ ଆପଣଙ୍କୁ ଛୁରୀରେ ଆଘାତ କରିବେ। ସାଆନ୍ତମାନଙ୍କର ଉତ୍ପାତ ସେ ଯୁଗରେ ବି ହେଉଥିଲା। ଆଜି କ’ଣ କମ ଅଛି? ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

Advertisment

ଏହାସହ ସାଆନ୍ତ ଓ ଗୁମାସ୍ତା ପ୍ରସଙ୍ଗ ଉଠାଇଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ସେ ଯୁଗରେ ଗୁମାସ୍ତାମାନଙ୍କର ଅତ୍ୟାଚାର ଅଧିକ ହେଉଥିଲା, ଆଜି କ’ଣ ଏହା କମ୍ ଅଛି? ଆମେ ଫକୀର ମୋହନଙ୍କ ଉପନ୍ୟାସ ହେଉ, କି ଗଳ୍ପ ପଢ଼ିଲେ ଚରିତ୍ରଗୁଡ଼ିକ ଆଖି ଆଗକୁ ଆସିଯାଇଥାଏ। ଆମେ କ’ଣ ଆଖି ବନ୍ଦ କରି କିମ୍ବା ଆଖି ଖୋଲି ସେହିଭଳି ଚରିତ୍ରକୁ ଦେଖୁନେ କି? ସେହିଭଳି ମଙ୍ଗରାଜମାନେ ମିଳୁନାହାନ୍ତି କି ବୋଲି ଭର୍ତ୍ତୃହରି କହିଛନ୍ତି।

ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ମଞ୍ଚରେ ଅନ୍ୟ ଅତିଥି ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଭର୍ତ୍ତୃହରି ଏହି ମନ୍ତବ୍ୟ କାହାକୁ ଶାଣିତ କରି ଦେଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।  ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ବିରୋଧୀ ଦଳ ମଧ୍ୟ କୌଣସି ଯୁକ୍ତି ରଖିନାହିଁ।

Advertisment
Bjp BjD Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe