Advertisment

ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ତାତି

ଧୀରେ ଧୀରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ ତାପମାତ୍ରା ବଢ଼ୁଛି। ଦେଖିବାକୁ ଗଲେ ବର୍ତ୍ତମାନ ଗୁରୁଚାପ ବଳୟ ପଶ୍ଚିମ ଭାରତରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟ ମଧ୍ୟକୁ ସୁଷ୍କ ବାୟୁ ପ୍ରବାହିତ ହେଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Weather

ତାତିଛି ରାଜଧାନୀ ଭୁବନେଶ୍ୱର। ଅସ୍ତବ୍ୟସ୍ତ କରିଛି ଜୀବନ ଯାତ୍ରା। ଆଜି ଏ ବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଖରାର ପ୍ରକୋପ କେବଳ ଓଡ଼ିଶାରେ ନୁହେଁ- ରାଜସ୍ତାନ, ମହାରାଷ୍ଟ୍ର, ଗୁଜରାଟରେ ମଧ୍ୟ ଅନୁଭବ ହୋଇଛି। ଏହାଛଡ଼ା ତେଲେଙ୍ଗାର ଆଖପାଖ ଅଞ୍ଚଳ ଥିବା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେଉଛି। ଧୀରେ ଧୀରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ ତାପମାତ୍ରା ବଢ଼ୁଛି। ଦେଖିବାକୁ ଗଲେ ବର୍ତ୍ତମାନ ଗୁରୁଚାପ ବଳୟ ପଶ୍ଚିମ ଭାରତରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟ ମଧ୍ୟକୁ ସୁଷ୍କ ବାୟୁ ପ୍ରବାହିତ ହେଉଛି। ସୁଷ୍କ ବାୟୁ ସୂର୍ଯ୍ୟଙ୍କ ଗରମରେ ଆସି ବାୟୁମଣ୍ଡରେ ତାପମାତ୍ରା ବଢ଼ାଉଛି। ଯେଉଁଥିପାଇଁ ଆଜିର ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ୨୦୧୬ ମସିହା ଫେବ୍ରୁଆରୀରେ ୨୧ ତାରିଖରେ ୪୦.୯ ଡ଼ିଗ୍ରୀ, ୨୦୧୭ ମସିହା ଫେବ୍ରୁଆରୀ ୧୨ ତାରିଖରେ ୩୭.୦ ଡ଼ିଗ୍ରୀ, ୨୦୧୮ ମସିହା ଫେବ୍ରୁଆରୀ ୩ ତାରିଖରେ ୩୮.୨ ଡ଼ିଗ୍ରୀ, ୨୦୧୯ ମସିହା ଫେବ୍ରୁଆରୀ ୨୩ ତାରିଖରେ ୩୯.୪ ଡ଼ିଗ୍ରୀ, ୨୦୨୦ ମସିହା ଫେବ୍ରୁଆରୀ ୧୯ ତାରିଖରେ ୩୩.୮ ଡ଼ିଗ୍ରୀ, ୨୦୨୧ ମସିହା ଫେବ୍ରୁଆରୀ ୨୭ ତାରିଖରେ ୪୦.୬ ଡ଼ିଗ୍ରୀ, ୨୦୨୨ ମସିହା ଫେବ୍ରୁଆରୀ ୨୮ ତାରିଖରେ ୩୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା।

Heat Wave Heat Wave In Odisha Weather Report Weather