Advertisment

ରେଳ ଦୁର୍ଘଟଣା: ମୃତଦେହ ସଂପର୍କରେ ଜାଣିବାକୁ BMC ଜାରି କଲା ହେଲପ ଲାଇନ ନମ୍ବର

ବିଏମସି ୱେବସାଇଟରେ ମୃତକଙ୍କ ଫଟୋ ଓ ବିବରଣୀ ସ୍ଥାନିତ ହେବ।

author-image
Tapaswini Nayak
train Accident

train Accident

ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି। ଭୁବନେଶ୍ୱରକୁ ଅଣାଯାଇଥିବା ୧୬୦ ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ହେଲା ୧୯୨୯। ଏହି ନମ୍ବରକୁ ଫୋନ୍ କରି ସମ୍ପର୍କୀୟ ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୬୦ଟି ମୃତଦେହ ସଂରକ୍ଷିତ ଭାବେ ରଖାଯାଇଛି। ସଂପର୍କୀୟ ମାନେ ମୃତଦେହ ନେବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିବେ। ସେମାନେ କୌଣସି ପ୍ରକାର ହଇରାଣ ନ ହେବା ପାଇଁ ବିଏମସି ପକ୍ଷରୁ ହେଲପ ଲାଇନ ଜାରି କରାଯାଇଛି। ସେମାନେ ଏହି ନମ୍ବରରେ ଫୋନ୍ କରି ମୃତଦେହ ସଂପର୍କରେ ଜାଣିପାରିବେ।

ମୃତଦେହ ସମ୍ପର୍କରେ ଜାଣିବାକୁ ଯେଉଁସବୁ ଫୋନ୍ ଆସିବ, ତାର ସଠିକ୍ ସୂଚନା ଦେବାକୁ ୫ ଜଣ ପିଲା ନିଯୁକ୍ତି କରାଯାଇଛି। ଏହାସହ ରାଜ୍ୟ ସରକାର ପକ୍ଷରୁ କିଛି ଅଫିସରକୁ ମଧ୍ୟ ନିଯୁକ୍ତି କରାଯାଇଛି।

Advertisment

ବିଏମସି କମିଶନର ଆହୁରି କହିଛନ୍ତି, ବିଏମସି ୱେବସାଇଟରେ ମୃତକଙ୍କ ଫଟୋ ଓ ବିବରଣୀ ସ୍ଥାନିତ ହେବ। ମୃତଦେହ ସମ୍ପର୍କୀୟ ଏଥିରୁ କିଛି ସାହାଯ୍ୟ ପାଇପାରିବେ। ଏହାସହ ସଂପର୍କୀୟ ଚାହିଁଲେ ଭୁବନେଶ୍ୱରରେ ମୃତଦେହ ସଂସ୍କାର କରିପାରିବେ।

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଶନିବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୭୫ ଆହତଙ୍କ ମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ୩୮୨ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

Train Accident TrainAccidentInOdisha