Advertisment

ରାଜଧାନୀରେ ଅସମ୍ଭାଳ ତାତି, ପାରଦ ପାର୍‌ କଲା ୪୪ ଡିଗ୍ରୀ

ତାତି ଏମିତି ହେଉଛି ଯେ ନା ଘରେ ବସି ହେଉଛି, ନା ବାହାରୁ ବାହାରି ହେଉଛି। ତା’ ଭିତରେ ମଝିରେ ମଝିରେ ବିଜୁଳି କାଟ ହେଉଥିବାରୁ ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏମିତି ତାପମାତ୍ରା ରହିବ ବୋଲି ଜଣାପଡ଼ିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Heat Wave

ରାଜଧାନୀ ଭୁବନେଶ୍ୱରରେ ନିଆଁ ବର୍ଷୁଛି। ଆଜି ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ତାତି ଏମିତି ହେଉଛି ଯେ ନା ଘରେ ବସି ହେଉଛି, ନା ବାହାରୁ ବାହାରି ହେଉଛି। ତା’ ଭିତରେ ମଝିରେ ମଝିରେ ବିଜୁଳି କାଟ ହେଉଥିବାରୁ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏମିତି ତାପମାତ୍ରା ରହିବ ବୋଲି ଜଣାପଡ଼ିଛି। 

Advertisment

ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସମ୍ବଲପୁର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୪୪.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୪ ଡ଼ିଗ୍ରୀ, ହୀରାକୁଦରେ ୪୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୨ ଡ଼ିଗ୍ରୀ, ଗୋପାଳପୁରରେ ୩୫ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୦.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Advertisment

ରାଜ୍ୟରେ ଜାରି ରହିଥିବା ତାତି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରହିବ। ୧୮ ଓ ୧୯ ତାରିଖ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ଅର୍ଥାତ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ରହିଛି। ଏଥିସହ କେତେକ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ୨୧ ତାରିଖରୁ ମୌସୁମୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

Bhubaneswar Bhubaneswar News Heat Wave Heat Wave In Odisha