ବିଦ୍ୟୁତ ବିହାରୀ ସ୍ୱାଇଁ UPSCର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ବିଦ୍ୟୁତ୍ ବିହାରୀ ସ୍ୱାଇଁ ହେଉଛନ୍ତି ୧୯୮୮ ବ୍ୟାଚ୍ର ଗୁଜରାଟ କ୍ୟାଡର ଆଇଏଏସ୍।
ବିଦ୍ୟୁତ୍ ବିହାରୀ ସ୍ୱାଇଁ ଗୁଜରାଟରେ ବିଭିନ୍ନ ପଦବଦବୀରେ ରହି କାର୍ଯ୍ୟ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣଳାୟରେ ବି ସେ କାର୍ଯ୍ୟ କରିଛନ୍ତି।
ସେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ବାଣିଜ୍ୟ ବିଭାଗର ସ୍ୱତନ୍ତ୍ର ସେକ୍ରେଟେରୀ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ସେ ଅଣୁ, ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରଣାଳୟର ସେକ୍ରେଟେରୀ ଭାବେ କାର୍ଯ୍ୟ କରିଛନ୍ତି।