Advertisment

୫ରେ ନବୀନଙ୍କୁ ଭେଟିବେ ନୀତୀଶ କୁମାର!

ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସବୁ ବିରୋଧୀ ଦଳକୁ ଏକଜୁଟ୍‌ କରିବାରେ ଲାଗିଛନ୍ତି।

ଅଦ୍ୟତନ ହୋଇଛି
 Nitish Kumar

Nitish Kumar

Advertisment

ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କୁ ଭେଟି ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବେ। ନବୀନ-ନୀତୀଶ ଭେଟ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସବୁ ବିରୋଧୀ ଦଳଙ୍କୁ ଏକଜୁଟ୍‌ କରିବାରେ ଲାଗିଛନ୍ତି। ଏଥିପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ସବୁ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି। ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବକଙ୍କୁ ଭେଟି ସାରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଛନ୍ତି। ନୀତୀଶ ବିରୋଧୀ ଦଳକୁ ନେଇ ଜାତୀୟ ରାଜନୀତି ନୂଆ ସମୀକରଣର ପରିକଳ୍ପନା କରୁଛନ୍ତି। ଏହା ତାହାର ଅଂଶ ବିଶେଷ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। 

ସୂଚନାଯୋଗ୍ୟ, କିଛି ଦିନ ତଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚି ସେ ପ୍ରଥମେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

Advertisment
Bhubaneswar Bihar CM Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe