Advertisment

‘କ୍ରାଇମବ୍ରାଞ୍ଚ କିଛି କରୁନି, ଗୋପାଳ ନିଜ କେସ୍‌ର ଇନକ୍ୱାରୀ ନିଜେ କରୁଛି’

ଗୋପାଳ କହିଲା, ମୋର ରାଗ ଥିଲା, ମୁଁ ଗୁଳି ଫୁଟାଇ ମାରିଦେଲି। ହେଲେ ରାଗ କ’ଣ ଥିଲା ତାହାର କାରଣ ଜଣାପଡ଼ୁନି। ୧୫ ଦିନ ପରେ ବି ତାହାକୁ ଅଧିକ କ୍ରାଇମବ୍ରାଞ୍ଚ ତାଠୁ ଆଦାୟ କରିପାରିନି।

ଅଦ୍ୟତନ ହୋଇଛି
Bijay Mohapatra

Bijay Mohapatra

Advertisment

‘ନବ ଦାସଙ୍କୁ ମର୍ଡର କରିଥିବା ଘଟଣାକୁ ସ୍ୱୀକାର କରି ସାରିଛି ଗୋପାଳ ଦାସ। ହେଲେ ଏହାପରେ ବି ତଦନ୍ତର ପରିସୀମାକୁ ବଢ଼ାଯାଉନି। ତଦନ୍ତରେ ଆଉ କାହାକୁ ସାମିଲ କରାଯାଉନି। ନବ ଦାସ ମର୍ଡର କେସ୍‌ କେବଳ ଗୋପାଳ କେନ୍ଦ୍ରିକ ହୋଇ ରହି ଯାଇଛି। ଏପରି ଲାଗୁଛି ଯେପରି ଗୋପାଳ ନିଜ କେସ୍‌ର ଇନକ୍ୱାରୀ ନିଜେ କରୁଛି। କ୍ରାଇମବ୍ରାଞ୍ଚ କିଛି କରୁନି।’ ନବ ଦାସ ହାଇ ପ୍ରୋଫାଇଲ ମର୍ଡର କେସ୍‌କୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

Advertisment

ସେ କହିଛନ୍ତି, ନବ ଦାସ ହତ୍ୟା ଏକ ଆରେଞ୍ଜ ମର୍ଡର ବୋଲି ସ୍ପଷ୍ଟ ଜଣାପଡ଼ୁଛି। କାରଣ ପୂର୍ବରୁ ବି ନବ ଦାସଙ୍କୁ ବହୁଥର ଗୋପାଳ ଭେଟିଛି ଓ କଥା ହୋଇଛି। ତେଣୁ ସେ ମାରିବାର ଯଦି ଥିଲା, ଆଗରୁ ନମାରି ସେଦିନ କାହିଁକି ମାରିଲା? ତା’ ମୁଣ୍ଡରେ ଏହାକୁ କିଏ ପଶାଇଲା? କିଏ ତାକୁ ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ କଲା, ତାହା ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ବିଜୟ ମହାପାତ୍ର।

ଗୋପାଳ କହିଲା, ମୋର ରାଗ ଥିଲା, ମୁଁ ଗୁଳି ଫୁଟାଇ ମାରିଦେଲି। ହେଲେ କ’ଣ ପାଇଁ ରାଗ ଥିଲା ତାହା ଜଣାପଡ଼ୁନି। ୧୫ ଦିନ ପରେ ବି ତାହାକୁ ଅଧିକ କ୍ରାଇମବ୍ରାଞ୍ଚ ତାଠୁ ଆଦାୟ କରିପାରିନି। ପ୍ରତି ସାଧାରଣ ମର୍ଡରରେ ବି ମୋଟିଭ ଅଫ୍‌ ମର୍ଡରକୁ ସାଙ୍ଗେସାଙ୍ଗେ ଖୋଜି ବାହାର କରାଯାଏ। କିନ୍ତୁ ଏଠାରେ ଗୋପାଳକୁ ମୁଖ୍ୟ କରି ତଦନ୍ତ କରାଯାଉଛି। ତା’ ପାଖରୁ ତଦନ୍ତକୁ ହଟାଯାଉନି। ନାର୍କୋ, ପଲିଗ୍ରାଫ ଟେଷ୍ଟ, ଆଦି ହଜାରେ ଟେଷ୍ଟ କରନ୍ତୁ, କିନ୍ତୁ ଗୋପାଳଠୁ ବାହାରକୁ ନ ଗଲେ ନବ ଦାସ ମର୍ଡର ପଛର କାରଣ ଜଣାପଡ଼ିବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। 

Advertisment

ସେ କହିଛନ୍ତି, ଜଣେ ମନ୍ତ୍ରୀଙ୍କୁ ଦିନ ଦି ପ୍ରହରରେ ପୁଲିସ୍‌ ଉପସ୍ଥିତିରେ ମାରିବା କିଛି ଛୋଟ ଘଟଣା ନୁହେଁ। ଏହାଦ୍ୱାରା ରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ପାରିବା ପଣିଆ ପଦାରେ ପଡ଼ୁଛି। କ୍ରାଇମବ୍ରାଞ୍ଚ ଏକ ମାମୁଲି ମାମଲା ଭାବେ ଏହାକୁ ତଦନ୍ତ କରୁଛନ୍ତି। କାହିଁକି ଓ କେଉଁଥିପାଇଁ ମର୍ଡର ହେଲା, ତାହା ତଦନ୍ତ ହେଉନି। ଏହାର ସତ୍ୟାସତ୍ୟ ଯେପରି ପଦାକୁ ନ ଆସୁ ସେ ଦିଗରେ ସବୁ ଅଧିକାରୀ ଚେଷ୍ଟିତ ଥିବା ପରି ଲାଗୁଛନ୍ତି। ଅଭିଜ୍ଞ ପୁଲିସ୍‌ ଅଫିସରଙ୍କୁ ଏହି ତଦନ୍ତରୁ ଦୂରେଇ ରଖାଯାଇଛି।

ଗାଁରେ ଗୋଟିଏ ମର୍ଡର ହେଲେ, ସାହିର ୫ ଜଣଙ୍କୁ ପଚରାଯାଏ। ହେଲେ ଏଥିରେ ଗୋପାଳ ଦାସକୁ ଛାଡ଼ି ଆଉ କାହାକୁ ପଚରାଯାଇନି। ତଦନ୍ତର ପରିସୀମାକୁ ବୃଦ୍ଧି କରାଯାଉନି। ନାର୍କୋ ଟେଷ୍ଟରେ ତାକୁ କଣ ପ୍ରଶ୍ନ କରାଗଲା, କ’ଣ ସେ ଉତ୍ତର ଦେଲା ସ୍ପଷ୍ଟ ହୋଇନି। ଗାଡ଼ି ସିଜ୍‌ ହୋଇନି, କଲ୍‌ ରେକର୍ଡ ଯାଞ୍ଚ ହୋଇନି କି କାହାକୁ ପଚରାଉଚରା ହୋଇନି। ସବୁ ଦିଗକୁ ବିଚାରକୁ ନେଇ ପୁଲିସ୍‌ ତଦନ୍ତକୁ ଠିକଣା ଦିଗରେ ନେବା ଉଚିତ। ନବଙ୍କର କାହା ସହ ବ୍ୟବସାୟିକ ଶତ୍ରୁତା ଥିଲା, ସେ ନେଇ ତଦନ୍ତ ହୋଇନି।  ତାଙ୍କ ପୁରୁଣା ସାଙ୍ଗ ତଥା ରାଜନୈତିକ ଶତ୍ରୁ କାହାକୁ ପଚରାଉଚରା ହୋଇନି। ତେଣୁ ତେଣୁ ତଦନ୍ତରେ ସ୍ୱଚ୍ଛତା ଅଣାଯାଉ। ସତ ପଦାକୁ ଆସୁ ବୋଲି କହିଛନ୍ତି ବିଜୟ ମହାପାତ୍ର।

BjD Bjp Naba Das Bijay Mohapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe