Advertisment

ପୃଥିବୀ ବଲ୍ଲଭ ଓ ସୁର ରାଉତରାୟଙ୍କୁ ଭେଟିଲେ ବିଜୟ ପଟ୍ଟନାୟକ

ସୁର ରାଉତରାୟ କହିଛନ୍ତି ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଲେ ମୁଁ ୧୦୦ % ହାପି। କଂଗ୍ରେସକୁ ତାଙ୍କ ପରି କ୍ଲିନ ଇମେଜ ବ୍ୟକ୍ତି ଦରକାର।

ଅଦ୍ୟତନ ହୋଇଛି
Sura Routray & Bijay Patnaik

Sura Routray & Bijay Patnaik

Advertisment

ନୂଆ କରି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସାଧାରଣ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି। ଏହି ପୂର୍ବତନ ଦକ୍ଷ ପ୍ରଶାସନିକ ଅଧିକାରୀ ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଲେଣି। ଦଳର ପୁରୁଖା ନେତାଙ୍କୁ ସାକ୍ଷାତ କରିବା ପ୍ରକ୍ରିୟା ବି ଆରମ୍ଭ କରି ଦେଲେଣି ପୂର୍ବତନ ମୁଖ୍ୟ ଶାସନ ସଚିବ। ବିଜୟ ପଟ୍ଟନାୟକ ଏଥର ଦଳର ଭୁବନେଶ୍ୱର ସାଂସଦ ଚେହେରା ହେବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଏହି ପରିପ୍ରେକ୍ଷୀରେ ଏହି ପୁରୁଖା ପ୍ରଶାସକ ତଥା ନୂତନ ନେତା ଆଜି କଂଗ୍ରେସର ହେଭିୱେଟ ନେତା ସୁର ରାଉତରାୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି ବିଜୟ ପଟ୍ଟନାୟକ। ଏହି ଅବସରରେ ସୁର ରାଉତରାୟ କହିଛନ୍ତି ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଲେ ମୁଁ ୧୦୦ % ହାପି। କଂଗ୍ରେସକୁ ତାଙ୍କ ପରି କ୍ଲିନ ଇମେଜ ବ୍ୟକ୍ତି ଦରକାର। ସେ ଠିକ ସମୟରେ ଆସିଛନ୍ତି। ତାଙ୍କ ପରି ନିଷ୍ଠାବାନ ଲୋକ କଂଗ୍ରେସକୁ ଲୋଡ଼ା।

Advertisment

ଏହି ଅବସରରେ ବିଜୟ ପଟ୍ଟନାୟକ କହିଛନ୍ତି, ସୁର ଭାଇ କଲେଜରେ ମୋର ସିନିୟର। ମୁଁ ଚାକିରି କରିବା ପରେ ସେ ଥିଲେ ମନ୍ତ୍ରୀ। ତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ। ତେଣୁ ତାଙ୍କୁ ସାକ୍ଷାତ କରିବାକୁ ଆସିଛି।

prithvi ballav patnaik & bijay patnaikପୃଥିବୀ ବଲ୍ଲଭ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକଙ୍କ ସାକ୍ଷାତ ।

ଏହାପରେ ବିଜୟ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସାକ୍ଷାତକାର ପରେ ପୃଥିବୀ ବଲ୍ଲଭ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଖୁବ୍‌ ଅଭିଜ୍ଞତା ଅଛି। ସେ ମୋ’ ବାପାଙ୍କ ପାଖରେ କାମ କରିଛନ୍ତି। ତାଙ୍କୁ ଭଲ ଭାବେ ଜାଣିଛି। ଓଡ଼ିଶାର ଉନ୍ନତି ପାଇଁ ସେ ସବୁବେଳେ ଚିନ୍ତିତ।

ଏହି ଅବସରରେ ବିଆରଏସ୍‌ରେ ଯୋଗ ଦେବା ଚର୍ଚ୍ଚା ନେଇ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ପଚରାଯିବାରୁ ଏହାର ଉତ୍ତରରେ ସେ କହିଛନ୍ତି, ମୋର କିଛି ସମ୍ପର୍କ ନାହିଁ। ମୁଁ କଂଗ୍ରେସରେ ଅଛି, ରହିବି।

ଉଲ୍ଲେଖଯୋଗ୍ୟ, ଆସନ୍ତା ନିର୍ବାଚନରେ ବିଜୟ ପଟ୍ଟନାୟକ କଂଗ୍ରେସର ସାଂସଦ ଚେହେରା ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଏହାବାଦ ଉଭୟ ସୁର ରାଉତରାୟ ଓ ପୃଥିବୀ ବଲ୍ଲଭ ପଟ୍ଟନାୟକ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ର ଅଧୀନ ଜଟଣୀ ତଥା ବେଗୁନିଆର ଟାଣୁଆ ନେତା। ତେଣୁ ସେମାନଙ୍କ ସହ ବିଜୟ ପଟ୍ଟନାୟକଙ୍କ ସୌଜନ୍ୟମୂଳକ ସାକ୍ଷାତକୁ ନେଇ ଅଙ୍କ କଷିବା ଆରମ୍ଭ କଲେଣି ରାଜନୈତିକ ବିଶେଷଜ୍ଞ।

Congress Sura Routray Bijay Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe