Advertisment

ଝାରସୁଗୁଡ଼ା ଉପନିର୍ବାଚନ: ଦୀପାଳି ବିଜେଡି ପ୍ରାର୍ଥୀ

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଦୀପାଳିଙ୍କ ବାପା ତଥା ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଅଦ୍ୟତନ ହୋଇଛି
Deepali Das with her brother

Deepali Das with her brother

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି।

Advertisment

ଏହି ଘୋଷଣା ପରେ ଦୀପାଳି କହିଛନ୍ତି, ‘ମୋ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ମୁଖ୍ୟମନ୍ତ୍ରୀଙ୍କ ଏହି ଭରସାକୁ ଆଗାମୀ ଦିନରେ କାଏମ ରଖିବି। ଆଜି ମୋ ବାପା ଥିଲେ ବହୁ ଖୁସି ହୋଇଥା’ନ୍ତେ।’ 

ଗତ ଜାନୁଆରୀ ୨୯ ତାରିଖରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପରେ ଝାରସୁଗୁଡ଼ା ବିଧାନସଭା ଆସନଟି ଖାଲି ପଡ଼ିଥିଲା। ମାର୍ଚ୍ଚ ୨୯ ତାରିଖରେ ନିର୍ବାଚନ କମିଶନ ଏହି ଆସନରେ ଉପନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିଥିଲେ। ଏହି ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଏପ୍ରିଲ ୧୩ ତାରିଖରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ତା’ସହିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି। ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ’ ୧୩ ତାରିଖରେ ଗଣତି ହେବ। ମେ’ ୧୫ ତାରିଖରେ ଏହି ଉପନିର୍ବାଚନର ପୂରା ପ୍ରକ୍ରିୟା ଶେଷ ହେବ।  

Advertisment

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୨୧ହଜାର ୭୦ଜଣ ଭୋଟର ଅଛନ୍ତି। ସେମାନଙ୍କ ପାଇଁ ମୋଟ ୨୫୩ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ। ଏହି ନିର୍ବାଚନମଣ୍ଡଳୀରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ଅଛନ୍ତି। ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୦ହଜାର ୩୨୦ ହୋଇଥିବା ବେଳେ ୧ଲକ୍ଷ ୧୦ହଜାର ୬୮୭ ଜଣ ମହିଳା ଭୋଟର ଅଛନ୍ତି। ସେହିପରି ୬୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। 

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ଆସନରୁ ସ୍ୱର୍ଗତଃ ନବ କିଶୋର ଦାସ ୩ ଥର ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସେ କଂଗ୍ରେସ ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ। ୨୦୧୯ରେ ସେ ବିଜେଡି ଟିକେଟରେ ଏହି ଆସନରୁ ଜିତିଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ। 

Naba Das Jharsuguda Deepali Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe