Advertisment

ବିଜେଡି ନେତାମାନଙ୍କ ନାଁରେ ନାରୀ ନିର୍ଯାତନା ତାଲିକା ଲମ୍ବା: ବିଜେପି

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜେଡ଼ି ମୁଖପାତ୍ରମାନେ ସବୁବେଳେ ମୂଳ କଥାର ଉତ୍ତର ନ ଦେଇ ବୁଲେଇ ବଙ୍କେଇ କୁହନ୍ତି ।

Dr. Lekhasri Samantsinghar

Dr. Lekhasri Samantsinghar

Advertisment

ବିଜେଡି ନେତାମାନଙ୍କ ନାରୀ ନିର୍ଯାତନା ଓ ଅସଦାଚରଣର ଲମ୍ବା ତାଲିକା । ମହିଳାମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚରଣ କରୁଥିବା ଯଦି ଅଧିକ ସଂଖ୍ୟକ ନେତା କେଉଁ ଦଳରେ ଥାଆନ୍ତି, ସେ ଦଳ ହେଉଛି ବିଜେଡି ବୋଲି ବିଜେପି ଅଭିଯୋଗ କରିଛି ।

Advertisment

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜେଡ଼ି ମୁଖପାତ୍ରମାନେ ସବୁବେଳେ ମୂଳ କଥାର ଉତ୍ତର ନ ଦେଇ ବୁଲେଇ ବଙ୍କେଇ କୁହନ୍ତି । ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି । ମହିଳାମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛି ବିଜେଡି । ଆଜି ଦୁଇଟି ଘଟଣା ଘଟିଛି । ବିଜେଡି ନେତାଙ୍କ ପରିବାର ସହ ଜଡ଼ିତ ଦୁଇ ଜଣ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି । ଗୋଟିଏ ପଟେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଓ ଆଉ ଜଣେ ଶାସକ ଦଳର ସର୍ବୋଚ୍ଚ ନେତାଙ୍କର ସାଙ୍ଗଙ୍କ ପରିବାରରୁ ଘଟଣା । ଏହା କଣ ମିଛ ? ତା’ ଉପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଉତ୍ତର ରଖିବେ କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ସେ କଟାକ୍ଷ କରି କହିଛନ୍ତି ଯେ, ସତ କହିଲେ ବିଜେଡ଼ି ନେତାଙ୍କୁ ବାଧୁଛି । ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି । ଆମର ପରିବାରର ମାଆ ଭଉଣୀମାନେ ବି ସାମିଲ ଅଛନ୍ତି । ସେମାନଙ୍କୁ ଢାଲ କରି ମହିଳାଙ୍କୁ ଅସମ୍ମାନ କରିବାର ଯେଉଁ ମିଛ ପ୍ରହେଳିକା ଶାସକ ଦଳ ଦଳ ତିଆରି କରୁଛି, ତାହାକୁ ଓଡ଼ିଶାର ସାଧାରଣ ଲୋକେ ବୁଝି ସାରିଲେଣି । ସମୀର ଦାସ,ଶ୍ରକାନ୍ତ ସାହୁ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କ’ଣ କରିଥିଲେ ଯେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଗଲା, ତା’ର ଉତ୍ତର ଶାସକ ଦଳର ମୁଖିଆ ଦେବେ କି? ତିର୍ତ୍ତୋଲର ବିଧାୟକ କେଉଁ କାରଣରୁ ବିଧାନସଭା ଆସୁନାହାନ୍ତି ତାହାର ମଧ୍ୟ ସ୍ପଷ୍ଟୀକରଣ ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

କେନ୍ଦ୍ରମନ୍ତ୍ରୀ ଯାହା କହୁଛନ୍ତି ତାଙ୍କ କଥାକୁ ବୁଝି ନ ବୁଝିଲା ଭଳି ବିଜେଡି ମୁଖପାତ୍ର ଆଚରଣ କରୁଛନ୍ତି । ମିଛକୁ ବାରମ୍ବାର କହିଲେ ସତ ହୁଏ ନାହିଁ । ଶାସକ ଦଳର ନେତା କିଏ  ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେତେବେଳେ ଅପପୁଷ୍ଟିର ସତ କଥା ଗଣମାଧ୍ୟମକୁ ଆସୁଛି ବିଜେଡ଼ି ବିଚଳିତ ହେଉଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି ।

Bjp Protest Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe