Advertisment

ଆତଙ୍କ ଖେଳାଉଥିଲେ ବାଉନ୍ସର ଗ୍ୟାଙ୍ଗ, FIRରେ ବିଜେଡି ନେତାଙ୍କ ନାଁ

ସାମ୍ନାକୁ ଆସିଲା ମାମାଲାର FIR କପି। ଯେଉଁଥିରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ୩୭ ନମ୍ବର ୱାର୍ଡ କର୍ପୋରେଟରଙ୍କ ସ୍ୱାମୀ ଅର୍ଜୁନ ବେହେରା ଓ ୱାର୍ଡ ନମ୍ବର ୫୪ର କର୍ପୋରେଟରଙ୍କ ସ୍ୱାମୀ ସାନୁ ସାମଲଙ୍କ ନାଁରେ ମାମଲା ଦାୟର ହୋଇଛି।

Crime

Crime

Advertisment

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବାଉନ୍ସର ଗ୍ୟାଙ୍ଗ ଆତଙ୍କ ମାମଲାରେ ବିଜେଡି କର୍ପୋରେଟରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ସାମ୍ନାକୁ ଆସିଲା ମାମାଲାର FIR କପି। ଯେଉଁଥିରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ୩୭ ନମ୍ବର ୱାର୍ଡ କର୍ପୋରେଟରଙ୍କ ସ୍ୱାମୀ ଅର୍ଜୁନ ବେହେରା ଓ ୱାର୍ଡ ନମ୍ବର ୫୪ର କର୍ପୋରେଟରଙ୍କ ସ୍ୱାମୀ ସାନୁ ସାମଲଙ୍କ ନାଁରେ ମାମଲା ଦାୟର ହୋଇଛି। ଉକ୍ତ ମାମଲାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କୁ ପୁଲିସ ଗିରଫ କରି ସାରିଲାଣି। ହେଲେ ଏପର୍ଯ୍ୟନ୍ତ ଉଭୟଙ୍କ ବିରୋଧରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ? ଏମିତିକି ପଚରାଉଚରା କରିନଥିବା ଜଣାପଡିଛି।

Advertisment

ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ଅଧୀନରେ ବାଉନ୍ସର ଗ୍ୟାଙ୍ଗ ରଚାଇ ଥିଲେ ଆତଙ୍କରାଜ। ଗନ ପଏଣ୍ଟରେ ଜମି କରିଥିଲେ ଅକ୍ତିଆର। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଥିଲେ। ନୟାପଲ୍ଲୀ ଥାନାର କେଇ ଫୁଟ ଦୂରରେ ଏଭଳି ଘଟଣା ଘଟିଲା। ଏନେଇ ପ୍ରଦୀପ କୁମାର ରାଉତରାୟଙ୍କ ପକ୍ଷରୁ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ହେଲେ ଏନେଇ କମିଶନରେଟ୍‌ ପୁଲିସ୍‌ର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe