Advertisment

ଶଶିଭୂଷଣଙ୍କ ପରିବାରର ୫ଜଣଙ୍କ ନାଁରେ ମାମଲା ରୁଜୁ, ବୁଝାମଣା ଚାହିଁଲେ ସମୁଦି

ସେମାନେ ଯେତେ ହେଭିୱେଟ ହୁଅନ୍ତୁ ମୋର ଆଦୌ ଭୟ ନାହିଁ’ ‘ନ୍ୟାୟପାଳିକା ଓ ପୁଲିସ ଉପରେ ମୋର ପୂରା ଭରସା ରହିଛି ବୋଲି ଶଶିଭୂଷଣଙ୍କ ସମୁଦି କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Marriage photo

Marriage photo

ବୋହୂକୁ ଯୌତୁକ ନିର୍ଯାତନା ଅଭିଯୋଗ ମାମଲାରେ ବଢିଛି ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କ ପାଇଁ ଅଡ଼ୁଆ। ବୋହୂ ରୋନାଲି ବେହେରାଙ୍କ ଅଭିଯୋଗ ଆଧାରରେ ଶଶିଭୂଷଣ ତାଙ୍କ ପୁଅ ଓ ପତ୍ନୀଙ୍କ ସମେତ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରିଛି ବାଙ୍କୀ ପୁଲିସ।

Advertisment

ଅନ୍ୟପକ୍ଷରେ ଶଶିଭୂଷଣ ସମୁଦି ଗୋଖା ବେହେରା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଚାହୁଁଥିଲି କୌଣସି ବାଟରେ ଘଟଣାଟା ସମାଧାନ ହେଇଯାଉ। ମୁଁ ଝିଅ ତାର ଶାଶୂ ଘରକୁ ଯାଉ। ହେଲେ ଘଟଣାଟା ସମାଧାନ ହେଲା ନାହିଁ। ସେମାନେ ମୋ ସହିତ କି ମୋ ଝିଅ ସହିତ କୌଣସି ଯୋଗାଯୋଗ ରଖି ନଥିଲେ। ଫୋନ୍ କଲେ ଉଠାଉ ନଥିଲେ। ଶେଷରେ ମୁଁ ଥାନା ଓ କୋର୍ଟରେ ଦ୍ୱାରସ୍ଥ ହୋଇଥିଲି।

ଝିଅକୁ ଶାଶୂ ଘରକୁ ପଠାଇବା ସମ୍ପର୍କରେ ଶଶିଭୂଷଣ ସମୁଦି କହିଛନ୍ତି, ଏହି ଘଟଣା ପରେ ମୋ ଝିଅକୁ ତାର ଶ୍ୱଶୁର ଘରକୁ ଛାଡ଼ିବା ବିପଦ ରହିଛି। ଯଦି ସେମାନେ ଆସି ମୋ ସହିତ ବୁଝାମଣା କରନ୍ତି, ଯଦି  ମୁଁ ଏଥିରେ ସନ୍ତୁଷ୍ଟ ହୁଏ, ତାହା ହେଲେ ମୁଁ ଝିଅକୁ ଖୁସିରେ ଛାଡ଼ିପାରେ, କିଛି ଅସୁବିଧା ନାହିଁ। ପୁରୁଣା କଥାକୁ ଭୁଲି ତାର ଶ୍ୱଶୁର ଘର ଲୋକେ ମୋ ଝିଅକୁ ଖୁସିରେ ରଖିବା ଦରକାର। ଝିଅକୁ ନିର୍ଯାତନା ଦେବେନି ବୋଲି ପ୍ରତିଶ୍ରୁତି ଦେବା ଦରକାର।

Advertisment

ସେମାନେ ଯେତେ ହେଭିୱେଟ ହୁଅନ୍ତୁ ମୋର ଆଦୌ ଭୟ ନାହିଁ।‘ନ୍ୟାୟପାଳିକା ଓ ପୁଲିସ ଉପରେ ମୋର ପୂରା ଭରସା ରହିଛି ବୋଲି ଶଶିଭୂଷଣଙ୍କ ସମୁଦି କହିଛନ୍ତି।

ଅନ୍ୟପକ୍ଷରେ ଶଶିଭୂଷଣ ବେହେରା କହିଛନ୍ତି, ଏହି ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ। ଅଭିଯୋଗକୁ ନେଇ ମୁଁ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟଚକିତ। ୨ ବର୍ଷ ତଳେ ବୋହୂଙ୍କୁ ତାଙ୍କ ବାପା ଆସି ଆମ ଘରୁ ନେଇ ଯାଇଥିଲେ । ବୋହୂ ମୋଟ ମୋ ଘରେ ୧ ମାସ ୧୧ ଦିନ ଘରେ ରହିଥିଲା। ବର୍ଷ ପରେ ଏଭଳି ଅଭିଯୋଗ ଆସିବା ମୋତେ ଦୁଃଖ ଦେଇଛି। ଆପୋଷ ଆଲୋଚନା ଚାଲିଥିବା ବେଳେ ଏଭଳି ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ।

‘ଓଡ଼ିଶାବାସୀ ଜାଣିଛନ୍ତି ମୁଁ କିଏ, ମୋ ଚରିତ୍ର ସଂପର୍କରେ ଜାଣିଛନ୍ତି। କ୍ଷମତା, ପଦପଦବୀ ସଂପର୍କରେ କେବେ ବି ଲବି କରିନି। ଯୌତୁକ କଥା ତ ବହୁତ ବଡ଼ କଥା, ଗୋଟିଏ ବି ଜିନିଷ ଆଣିନି। କେବଳ ପରମ୍ପରା ପାଇଁ ଗୋଟିଏ ବେଡ୍‌ସିଟ୍ କେବଳ ଦେବାକୁ କହିଥିଲି। ଆପୋଷ ଆଲୋଚନା ଚାଲିଥିବା ବେଳେ ଏଭଳି ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ’ ବୋଲି ଶଶିଭୂଷଣ କହିଛନ୍ତି।

ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା
ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ତାଙ୍କ ବୋହୂ ରୋନାଲି଼। ଆଜି ବାଙ୍କୀ ପୁଲିସ ୫ଜଣଙ୍କ ନାଁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

୨୦୨୧ ମାର୍ଚ୍ଚ ୩ ତାରିଖରେ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ବିବାହ କଟକ ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନଲିଙ୍କ ସହିତ ସମ୍ପନ୍ନ ହୋଇଥିଲା।

BjD Dowry Harassment Shashi Bhusan Behera