Advertisment

କେନ୍ଦ୍ର ବିରୋଧରେ ରାଜରାସ୍ତାରେ ଗର୍ଜିଲା ବିଜେଡି, କହିଲା- ପୂର୍ବ ପରି ଏବେବି ଧାନ ଉଠାଅ

ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ପୂର୍ବରୁ ଯେଉଁ ପରିମାଣର ଧାନ ଉଠାଉଥିଲ, ଏବେ ବି ସେହି ପରିମାଣର ଧାନ ଉଠାଅ, ନଚେତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

BJD Protest

BJD Protest

Advertisment

ଚାଷୀର ଆୟ ଦୁଇ ଗୁଣ କରିବାକୁ ଆହ୍ୱାନ ଦେଉଥିବା ବିଜେପି ସରକାର ପ୍ରକୃତରେ ଚାଷୀ ମାରଣ ନୀତି ଅବଲମ୍ବନ କରୁଛି। କେନ୍ଦ୍ର ସରକାର ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ମାଗଣା ଚାଉଳ କାଟି ଦେଇଥିବା ବେଳେ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିଛନ୍ତି। ଏହା ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ପୂର୍ବରୁ ଯେଉଁ ପରିମାଣର ଧାନ ଉଠାଉଥିଲ, ଏବେ ବି ସେହି ପରିମାଣର ଧାନ ଉଠାଅ, ନଚେତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

Advertisment

ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ଯାଇଥିବା ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଜେପି ବିକ୍ଷୋଭ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଫଳରେ ରାଜଧାନୀର ରାଜରାସ୍ତାରେ ଉଭୟ ବିଜେପି-ବିଜେଡିର ହଲ୍ଲାବୋଲ ଦେଖିବାକୁ ମିଳିଛି । ଆଜିଠୁ ତିନି ଦିନ ଯାଏଁ ଉଭୟ ଦଳର ଧାରଣା ଚାଲୁ ରହିବ।

ବିଜେଡିର ତୁଙ୍ଗ ନେତାଙ୍କ ସମେତ ଶତାଧିକ କର୍ମୀ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଦଳ କେନ୍ଦ୍ର ବିରୋଧରେ ଗର୍ଜିଛନ୍ତି। ଏହାପରେ ବିଜେଡିର ସାଙ୍ଗଠନିକ ସମ୍ପାଦକ, ବିଧାୟକଙ୍କ ଏକ ଟିମ୍‌ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ଆଜି ରାଜଭବନ ଆଗରେ ଧାରଣା ପରେ ଆସନ୍ତାକାଲି ପଞ୍ଚାୟତ ଅଫିସ୍ ଓ ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ଦଳା ୧୫ ଦିନରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏଥର ରାଜ୍ୟରୁ ଚାଉଳ ସଂଗ୍ରହ କମ୍‌ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟ । ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ କରୁଥିବା ବେଳେ ଏବେ ୪ ଲକ୍ଷ ଟନ୍‌ ସଂଗ୍ରହ କରିବ । ଧାନ ଉଠାଣ ପାଇଁ କେନ୍ଦ୍ର ୨୦ ହଜାର କୋଟି ଟଙ୍କା କମ୍‌ ବ୍ୟୟବରାଦ କରିଛନ୍ତି। କଟନୀ ଛଟନୀ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛି  ବୋଲି ଅଭିଯୋଗ କରିଛି କେନ୍ଦ୍ର ।

ଏନେଇ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଚାଷୀ ସମସ୍ୟାକୁ ନେଇ ଆମେ ନିୟମିତ ଭାବେ ରାଜରାସ୍ତାକୁ ଓହ୍ଲାଉଛୁ। ଓଡ଼ିଶାର ଚାଷୀ କୂଳର ଦାବି ହାସଲ ନ ହେବା ପର୍ଯ୍ୟନ୍ତ ବିଜେଡି ନିଜ ଲଢ଼େଇ ଜାରି ରଖିବ ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ,ଏବେବି କୋଭିଡର ମାଡ଼ରେ ବହୁ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ତାଙ୍କ ଅର୍ଥନୀତି ସୁଦୃଢ ହୋଇନି। ମଣ୍ଡିରୁ ଉଷୁନା ଚାଉଳ ଉଠାଉ ନାହାନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଗରୀବ ଅନ୍ନ କଲ୍ୟାଣ ଯୋଜନାରେ କଟା ଯାଇଥିବା ମୁଣ୍ଡ ପିଛା ୫ କେଜି ଚାଉଳକୁ ପୁଣି ଥରେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ ଦିଅନ୍ତୁ। କେନ୍ଦ୍ର ସରକାର ଏଥିନିମନ୍ତେ ଖର୍ଚ୍ଚ ହେଉଥିବା ଅନୁଦାନରୁ ୨୦ ହଜାର କୋଟି କାଟୁଥିବାରୁ ଏହାଦ୍ୱାରା ଚାଷ ବାଧାପ୍ରାପ୍ତ ହେବ ।

ଏବେ ସମଗ୍ର ରାଜ୍ୟରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜାନୁୟାରୀ ମାସର ଚାଉଳ ବଣ୍ଟନ କରାଯାଉଛି । କେନ୍ଦ୍ର ସରକାର ଗତ ଡିସେମ୍ବର ୨୮ତାରିଖରେ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ( ଓଡ଼ିଶାର ୩.୨୫କୋଟି ଲୋକଙ୍କ ସମେତ ସମଗ୍ର ଦେଶରେ ୮୦କୋଟି)ଙ୍କୁ ମାଗଣାରେ ମୁଣ୍ଡପିଛା ମାସିକ ୫କିଲୋ ଚାଉଳ/ଗହମ ଯୋଗାଇ ଦିଆଯିବ ତଥା ପରିବହନ ଓ ହ୍ୟାଣ୍ଡେଲିଂର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ସୂଚନା ଦେଇଥିଲେ ।

ଯଦିଓ କେନ୍ଦ୍ର ସରକାର ୨୦୨୦ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ମାସିକ ମୁଣ୍ଡପିଛା ଅତିରିକ୍ତ ୫କିଲୋ ଚାଉଳ ମାଗଣା ଦେବା ଆରମ୍ଭ କରିବା ପରେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ଖାଦ୍ୟ କାର୍ଡଧାରୀଙ୍କୁ ବି ମାଗଣା ଅତିରିକ୍ତ ୫କିଲୋ ଚାଉଳ ଯୋଗାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ବି ଅତିରିକ୍ତ ଚାଉଳ ଯୋଗାଇବା ବନ୍ଦ କରିଦେଇଛନ୍ତି ।

ଅର୍ଥାତ୍ କେନ୍ଦ୍ର ସରକାର ୫କିଲୋ ଚାଉଳ କାଟିଦେଲେ ବୋଲି ଶାସକ ବିଜେଡି ଯେଉଁ ତୁମ୍ଭିତୋଫାନ କରୁଛି, ନିଜେ କାହିଁକି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ୫କିଲୋ ଚାଉଳ ଦେଉନି ତାକୁ ନେଇ ପ୍ରଶ୍ନ ଉଠିଛି ।

BjD Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe