Advertisment

ସମର୍ଥ ହତ୍ୟାକାଣ୍ଡ ପରେ ବର୍ଷିଲେ ବିଜେପି, କଂଗ୍ରେସ; କହିଲେ- ରାଜ୍ୟରେ କେହି ବି ସୁରକ୍ଷିତ ନୁହନ୍ତି

ବିଜେଡି ଶାସନରେ ହତ୍ୟା, ଅପହରଣ, ନାରୀ ନିର୍ଯାତନା ଭଳି ଘଟଣା ବଢ଼ି ଚାଲିଛି। ୟୁପିଠାରୁ ଓଡ଼ିଶା ସ୍ଥିତି ଅଧିକ ଖରାପ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସାଲୁଜା ।

ଅଦ୍ୟତନ ହୋଇଛି
Polticians

Polticians

Advertisment

ଝାରସୁଗୁଡ଼ାର ସରବାହାଲର ବ୍ୟବସାୟୀ ସୁନୀତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ଅପହରଣ କରି ହତ୍ୟା କରାଯିବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ଓ ବିଜେପି ବର୍ଷିଥିବା ବେଳେ ବିଜେଡି କରିଛି ପାଲଟା ଆକ୍ରମଣ।

Advertisment

ସମର୍ଥଙ୍କୁ ୫୦ ଲକ୍ଷ ଟଙ୍କା ପାଇଁ ଗତକାଲି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ପୁଲିସ୍‌ ଏହି ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।

ଅନ୍ୟପକ୍ଷରେ ୨୯ ତାରିଖଟି ଝାରସୁଗୁଡ଼ା ପାଇଁ କଳା ଦିବସ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। କାରଣ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଏହାର ୨ ମାସ ପରେ ଅର୍ଥାତ ମାର୍ଚ୍ଚ ୨୯ରେ ସମର୍ଥଙ୍କୁ ହତ୍ୟା କରାଯାଇଛି। ବିଜେଡି ଶାସନରେ ହତ୍ୟା, ଅପହରଣ ଓ ନାରୀ ନିର୍ଯାତନା ଭଳି ଘଟଣା ବଢ଼ି ଚାଲିଛି। ଉତ୍ତର ପ୍ରଦେଶ ଠାରୁ ଓଡ଼ିଶାର ସ୍ଥିତି ଅଧିକ ଖରାପ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସାଲୁଜା।

Advertisment

ସେ ଆହୁରି କହିଛନ୍ତି, ଆଗକୁ ଝାରସୁଗୁଡ଼ା ଉପ-ନିର୍ବାଚନ ଥିବା ବେଳେ ଲୋକେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଡରିବେ। ରାଜ୍ୟ ସରକାର ତୁରନ୍ତ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀଙ୍କୁ ସାମ୍ନାକୁ ଆଣନ୍ତୁ।

ସେହିପରି ଏହି ମାମଲାରେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଦୀର୍ଘ ସମୟ ଧରି କ୍ଷମତାରେ ରହିବା ସତ୍ତ୍ୱେ  ଆଇନ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି । ନବ ଦାସ ହତ୍ୟାକୁ ୨ ମାସ ନ ହେଉଣୁ ନାବାଳକ ସମର୍ଥଙ୍କ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତି ଅତି ଶୋଚନୀୟ ହୋଇପଡିଛି। 

ରାଜ୍ୟରେ ସାଧାରଣ ନାଗରିକ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ସାଧାରଣ ନାଗରିକ କିମ୍ବା ଜନପ୍ରତିନିଧି ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରି ଦେଇଛି। ସମର୍ଥଙ୍କ ପରିବାରକୁ ଯେତେ ସହାନୁଭୂତି ଜଣାଇଲେ ବି କମ୍‌ ପଡ଼ିବ। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର।

ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏହି ମାମଲାକୁ ସମାଲୋଚନା କରି କହିଛନ୍ତି, ନାବାଳକ ସମର୍ଥ ହତ୍ୟାକାଣ୍ଡ ପରେ ପୁଲିସ ପ୍ରଶାସନର ଅପାରଗତା ସହ ନିଷ୍କ୍ରିୟତା ସ୍ପଷ୍ଟ ଜଣାପଡୁଛି । ହତ୍ୟାକାରୀଙ୍କୁ ଦଣ୍ଡ ଦିଆଯାଉ, ନଚେତ୍ ରାଜରାସ୍ତାକୁ ଓହ୍ଲାଇବୁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌ର ଜବାବ ରଖିଛି ବିଜେଡି। ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର। ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣା କେଉଁ ଆଇନରେ ଯାଉଛି। ତେଣୁ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଟିପ୍ପଣୀ ନ ଦେଇ କିଛି ଗଠନମୂଳକ ପ୍ରସ୍ତାବ ଦେବା ଉଚିତ ବୋଲି ସେ କହିଛନ୍ତି। 

Murder Poltics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe