Advertisment

ଶ୍ରୀମନ୍ଦିର ଅଫିସ୍‌ରୁ ଫାଇଲ ହଜିବା ଘଟଣାରେ ଏତଲା ଦେଲା ବିଜେପି, ଲଳିତେନ୍ଦୁ କହିଲେ- ଏହା ଦୁର୍ଭାଗ୍ୟଜନକ

ଏତଲାରେ ଦର୍ଶାଯାଇଛି, ହଜି ଯାଇଥିବା ଏହି ଫାଇଲ୍‌ ଭିତରେ ବିଭିନ୍ନ ତଳ କୋର୍ଟ ସମେତ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସମ୍ପର୍କରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
BJP filed an FIR

BJP filed an FIR

Advertisment

ଶ୍ରୀଜଗନ୍ନାଥଙ୍କ ଫାଇଲ ହଜିବା ଘଟଣାକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ବିଜେପି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ଥାନାରେ ଏତଲା ଦେଇଛନ୍ତି ବିଜେପି ପ୍ରତିନିଧି ଦଳ।

Advertisment

ଏତଲାରେ ଦର୍ଶାଯାଇଛି, ହଜି ଯାଇଥିବା ଏହି ଫାଇଲ୍‌ ଭିତରେ ବିଭିନ୍ନ ତଳ କୋର୍ଟ ସମେତ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସମ୍ପର୍କରେ ଉଲ୍ଲେଖ ରହିଛି। ରତ୍ନଭଣ୍ଡାର ଚାବି ହଜିବା ନେଇ ବହୁ ରହସ୍ୟଜନକ ତଥ୍ୟ ଏହି ଫାଇଲ୍‌ରେ ରହିଥିଲା। ଯୋଜନାବଦ୍ଧ ଭାବେ ଏହି ଫାଇଲ୍ ଗୁଡ଼ିକୁ ଗାଏବ କରିଦିଆଯିବା ପରେ ଏବେ ହଜିଯାଇଥିବା ଦର୍ଶଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ବହୁ ତଥ୍ୟ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଫାଇଲ୍‌ଗୁଡ଼ିକ ଚୋରି କରାଯାଇଛି। ତେଣୁ ଆଇନ୍‌ ଆନୁଯାୟୀ ଏତଲାକୁ ପଞ୍ଜୀକରଣ କରି ବିହିତ ପଦକ୍ଷେପ ନେବାକୁ କୁହାଯାଇଛି।

ଲଳିତେନ୍ଦୁ କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଯାଇଛି ବୋଲି ଆଗରୁ କହୁଥିଲେ। ବହୁ ବିବାଦ ପରେ କୁହାଗଲା ଯେ ଡୁପ୍ଲିକେଟ ଚାବି ମିଳିଛି। ତେଣୁ ରତ୍ନଭଣ୍ଡାର ଚାବି ଭଳି ଫାଇଲ ମଧ୍ୟ ଡୁପ୍ଲିକେଟ ହୋଇଥିବ ବୋଲି ବିଜେପି ସନ୍ଦେହ କରୁଛି। ଶ୍ରୀମନ୍ଦିର କାର୍ଯ୍ୟ ପରିଚାଳନା ପାଇଁ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ନିଯୁକ୍ତ କରୁନାହାନ୍ତି। ତେଣୁ ସରକାର ଶ୍ରୀମନ୍ଦିରରେ ଯେଉଁ କେଳେଙ୍କାରୀ ଗୁଡ଼ିକ କରିଛନ୍ତି, ସେଗୁଡିକୁ ଲୁଚାଇବା ପାଇଁ ଏ ସବୁ ପ୍ରହସନ କରାଯାଉଛି।

Advertisment

ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ଅନେକ ତଥ୍ୟ ଅଛି। ପୁରୀରେ ବେଦାନ୍ତର ପ୍ରସଙ୍ଗ ଅଛି। ଓଡିଶା ସରକାରଙ୍କୁ ବେଦାନ୍ତ କେସରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଅମୃତମହଣି ଜମି ଅଧିଗ୍ରହଣ ବିଷୟରେ ଅନେକ ନେଗେଟିଭ କମେଣ୍ଟ ସୁପ୍ରିମକୋର୍ଟ ଦେଇଛନ୍ତି। ତେଣୁ ସନ୍ଦେହ ହେଉଛି, ଯେ ହଜିଥିବା ଫାଇଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କର କିଛି ନୋଟିଂସ୍ ଥାଇପାରେ।

କାରଣ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯଦି ଏସବୁ କଥା ଲୋକଲୋଚନକୁ ଆସେ ତେବେ ଓଡିଶା ସରକାର ଆହୁରି ବଦନାମ ହେବାର ସମ୍ଭାବନା ଅଛି। ତେଣୁ ଫାଇଲଗୁଡିକୁ ଜାଣିଶୁଣି ହଜେଇ ଦିଆଯାଇଛି। ଫାଇଲ ହଜି ନାହିଁ ବରଂ ଜାଣିଶୁଣି ଫାଇଲ ଗାଏବ କରାଯାଇଛି। ଲୋକସେବା ଭବନରୁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ ୨ଟି ଫାଇଲ ହଜିଥିଲା। ଯଦି ଆଇନ ବିଭାଗ ପାଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଫାଇଲ ମିଳୁନାହିଁ। ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ। ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।

Bjp Protest Jagannath Temple File Through
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe