Advertisment

‘5T ଯଦି ଏକ ବିଚାରଧାରା, ମାଲିକାନା କାହିଁକି ଜାହିର କରୁଛ’

ଲେଜିସଲେଚର, ଆଡ୍‌ମିନିଷ୍ଟ୍ରେଟର ଓ ଜୁଡିସିଆରି ସମସ୍ତେ ସମସ୍ତଙ୍କ ପାଖରେ ଉତ୍ତରଦାୟୀ । ତେବେ 5T କାହା ପାଖରେ ଉତ୍ତରଦାୟୀ ? 5T କଣ ସବୁଠୁ ଊର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରି ସ୍ପଷ୍ଟୀକରଣ ମାଗିଛନ୍ତି ବିରୋଧୀ ଦଳ ନେତା।

author-image
Niharika Rout
Jaunarayan Mishra

Jaunarayan Mishra

ପୁଣିଥରେ ରାଜ୍ୟ ସରକାର ଓ 5Tକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଯଦି 5T ଏକ ଚିନ୍ତାଧାରା, ଏକ ବିଚାରଧାରା ତା’ହେଲେ ତାହା କେବଳ ବିଚାରଧାରାରେ ରହୁ। 5T କିପରି ସବୁ ବିଭାଗର ମାଲିକ କେମିତି ହୋଇଯାଉଛି। 5T ନାଁରେ କାହିଁକି ଅନ୍ୟ ବିଭାଗ ଉପରେ ମାଲିକାନା ଜାହିର କରାଯାଉଛି ।

Advertisment

ଲେଜିସଲେଚର, ଆଡ୍‌ମିନିଷ୍ଟ୍ରେଟର ଓ ଜୁଡିସିଆରି ସମସ୍ତେ ସମସ୍ତଙ୍କ ପାଖରେ ଉତ୍ତରଦାୟୀ । ତେବେ 5T କାହା ପାଖରେ ଉତ୍ତରଦାୟୀ ? 5T କଣ ସବୁଠୁ ଊର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରି ସ୍ପଷ୍ଟୀକରଣ ମାଗିଛନ୍ତି ବିରୋଧୀ ଦଳ ନେତା।

ସେପଟେ ତାଙ୍କୁ କାଉଣ୍ଟର କରିଛି ବିଜେଡି। ବିଧାୟକ ଅମର ଶତପଥୀ କହିଛନ୍ତି, ଜୟନାରାୟଣଙ୍କୁ 5T ଭୂତ ଲାଗିଛି, ଝାଡି ଦିଅନ୍ତୁ। ଅଯଥାରେ ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ କରନ୍ତୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ମଧ୍ୟ ବିଭିନ୍ନ ବିଭାଗର କାମକୁ ତଦାରଖ କରୁଥିବା କହିଛନ୍ତି ଅମର ଶତପଥୀ ।

Advertisment

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍‌ର ପାୱାରଫୁଲ୍‌ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରଠୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମାଣାତ୍ମକ ଆଭିମୁଖ୍ୟ ଆପଣାଉଛନ୍ତି। ପ୍ରତିଦିନ ନୂଆ ଅଭଯୋଗ ଆଣି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣ ପାଇଁ ଅନେକ ସମୟରେ ଗଣମାଧ୍ୟମର ଶିରୋନାମାରେ ରହୁଛନ୍ତି ଜୟନାରାୟଣ।

BjD State Bjp 5T Jaynarayan Mishra