Advertisment

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପିର ହରତାଳ; ବାବୁ ସିଂହ କହିଲେ- ଓଡ଼ିଶା ପାକିସ୍ତାନଠୁ ଟପି ଗଲା

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେପି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
BJP strike

BJP strike

ସାଧାରଣ ନିର୍ବାଚନ ପୂର୍ବରୁ ରାଜ ରାଜନୀତି ସରଗରମ। ବିଭିନ୍ନ ଦାବିନେଇ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ସରକାରୀ ଓ ବିରୋଧୀ ଦଳ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିରୋଧୀ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି।

Advertisment

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେପି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଛି। ଏଜି, ଜୟଦେବ ବିହାର, ପଳାଶୁଣି, ଖଣ୍ଡଗିରି ଓ ସମାନ୍ତରାପୁର ଛକ ସହିତ ଅନ୍ୟାନ୍ୟ ସ୍ଥାନରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ଓ ନେତା। କିଛି ସ୍ଥାନରେ ବିଜେପି କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଛି। 

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି। ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମଧ୍ୟ ବିଜେପି ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ବିଜେପି ପକ୍ଷରୁ ଆଜି କେବଳ ରାଜଧାନୀରେ ଆନ୍ଦୋଳନ କରାଯାଇଥିବା ବେଳେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଆଫିସ ଆଗରେ ଆନ୍ଦୋଳନ କରାଯିବ। ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ଦଳ।

Advertisment

ବିଜେପିର ବରିଷ୍ଠ ନେତା ବାବୁ ସିଂହ କହିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ଅବ୍ୟବସ୍ଥା ପାକିସ୍ତାନଠୁ ଟପି ଗଲାଣି। ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଗଲାଣି। ଦିନ ଦ୍ୱିପହରରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ।
ଅନ୍ୟପକ୍ଷରେ କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଜି  ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି। ଆସନ୍ତାକାଲି ପଂଚାୟତ ଅଫିସ୍ ଓ ୧୬ରେ ବ୍ଲକ,
ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ଦଳ।

Bhubaneswar Bjp Bjp Protest