Advertisment

ଲେଖାଶ୍ରୀଙ୍କ ଖୁଲାସା; ବିଧାୟକ ସୁଶାନ୍ତ ସିଂଙ୍କ ଅପରାଧ ସାମ୍ରାଜ୍ୟ ଚଳାଉଛି ରାଜା ଖାନ୍‌

ଲେଖାଶ୍ରୀଙ୍କ ଅଭିଯୋଗକୁ ନେଇ ବିଜେଡି କିମ୍ବା ସୁଶାନ୍ତ ସିଂଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
BJP

BJP

Advertisment

କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମର ଡ୍ରାଇଭରର ସହଯୋଗୀ ରାଜା ଖାନ୍‌ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କ ସହଯୋଗୀ। ସୁଶାନ୍ତଙ୍କ ଅପରାଧ ସାମ୍ରାଜ୍ୟର ବଡ଼ କାର୍ପଟଦାର ହେଉଛି ରାଜା। ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି ଖୁଲାସା କରିଛନ୍ତି  ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

Advertisment

ସେ କହିଛନ୍ତି, ଗୁଡୁ ମୁସଲିମ ପୁରୀ ଓ ବରଗଡ଼ ଆସି ଲୁଚିଥିବା ଉତ୍ତର ପ୍ରଦେଶ ଏସଟିଏଫ୍ ଜାଣିପାରିଲା। ଓଡ଼ିଶା ପୁଲିସ କ’ଣ କରୁଥିଲା? ଓଡ଼ିଶାର ଗୁଇନ୍ଦା ବିଭାଗ କ’ଣ କରୁଥିଲା? ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ ପୂରା ଫେଲ୍ ମାରିଛି। ଅପରାଧୀମାନେ ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ମନେକରି ଏଠାକୁ ଆସୁଛନ୍ତି। ଓଡ଼ିଶାରେ ଅପରାଧୀମାନେ ସୁରକ୍ଷିତ ହେଲେ ମହିଳାମାନେ ଅସୁରକ୍ଷିତ। କାରଣ ଦେଶରେ ସର୍ବାଧିକ ଦୁଷ୍କର୍ମ, ହତ୍ୟା ଓ ଅପହରଣ ଓଡ଼ିଶାରେ ହେଉଛି।

ଅନ୍ୟପଟେ ଲେଖାଶ୍ରୀଙ୍କ ଅଭିଯୋଗକୁ ନେଇ ବିଜେଡି କିମ୍ବା ସୁଶାନ୍ତ ସିଂଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଗୁଡୁ ମୁସଲିମର ଶେଷ ଠିକଣା କିଛି ଦିନ ତଳେ ପୁରୀ ଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ପରେ ଜଣାପଡ଼ିଥିଲା ଗୁଡୁ ମୁସଲିମର ଡ୍ରାଇଭର ବରଗଡ଼ ଜିଲ୍ଲା ଭଟଲିର ରାଜା ଖାନ୍‌ଙ୍କ ପାଖରେ ଲୁଚି ରହିଥିଲା। ମୋବାଇଲ୍ ଟ୍ରାକିଂରୁ ୟୁପିର ଏସ୍‌ଟିଏଫ୍‌ ଏହା ଜାଣିପାରିଥିଲା।  ଏଣୁ ଗତ ୧୮ ତାରିଖରେ ୟୁପିର ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ ବରଗଡ଼ ଆସିଥିଲେ। ୧୮ ଓ ୧୯ ତାରିଖ ଦୁଇ ଦିନ ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ରେ ରହି ରାଜା ଖାନ୍‌କୁ ପଚରାଉଚରା କରି ପଳାଇ ଯାଇଥିଲେ।

ଉମେଶ ପାଲ ହତ୍ୟାକାଣ୍ଡ ପରେ ଗୁଡୁ ମୁସଲିମ ଫେରାର ହୋଇଯାଇଛି। ପୁଲିସ ତାକୁ ଧରିବାରୁ ଏ ରାଜ୍ୟରୁ ସେ ରାଜ୍ୟ ବୁଲୁଛି। ହେଲେ ଗୁଡୁ ମୁସଲିମ ନିୟମିତ ତା’ର ଠିକଣା ବଦଳାଇ ଚାଲିଛି। ଗୁଡୁ ମୁସଲିମକୁ ଧରିବାକୁ ପୁଲିସ୍‌ ଏକାଧିକ ଟିମ ଗଠନ କରିଛି। ଏହାସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

, Odisha Police Guddu Muslim BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe