Advertisment

ଡିଜିପି, କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦେବ ବିଜେପି

ବିକ୍ଷୋଭ ବେଳେ ବିଜେପିର ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଅମାନବୀୟ ଢଙ୍ଗରେ ପୁଲିସ ମାଡ଼ ମାରିବାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ବିଜେପି।

ଅଦ୍ୟତନ ହୋଇଛି
prithviraj harichandan

prithviraj harichandan

Advertisment

ବିକ୍ଷୋଭ ବେଳେ ବିଜେପିର ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଅମାନବୀୟ ଢଙ୍ଗରେ ପୁଲିସ ମାଡ଼ ମାରିବାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ବିଜେପି। ଆସନ୍ତାକାଲି ରାଜ୍ୟର ସମସ୍ତ ଥାନରେ ପୁଲିସ୍ ଡିଜି, ଟୁଇନ ସିଟି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନାଁରେ ଏତଲା କରିବ ବୋଲି ଦଳ ଘୋଷଣା କରିଛି। ଯଦି ପୁଲିସ ଏତଲା ନ ରଖିବ ତା’ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଦଳ ଚେତାବନୀ ଦେଇଛି।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ସେ କହିଛନ୍ତି, ଆସନ୍ତାକାଲି ସବୁ ଥାନାରେ ପୁଲିସ୍ ଡିଜି, ଟୁଇନ ସିଟି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନାଁରେ ଏତଲା ଦିଆଯିବ। ଏହାସହ ୪ ତାରିଖରେ ରାଜ୍ୟର ସବୁ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ଓ ପ୍ରତିବାଦ କରିବ ।

ଏହାସହ ରାଜ୍ୟରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ପୃଥ୍ୱୀରାଜ। ସେ କହିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲାଣି। ଓଡ଼ିଶାରେ ପୁଲିସ ଅମନଯୋଗିତା, ଅସହାୟ ଓ ଅକ୍ଷମତା କାରଣରୁ ଅନେକ ଗୁଡ଼ିଏ କେସ୍ ଥାନାରେ ରେଜିଷ୍ଟର ହେଉନାହିଁ। ଥାନାକୁ ଯିବାକୁ ଲୋକେ ଡରୁଛନ୍ତି। ଗାଁ ଗହଳିରେ ଦୁଇ ଦୁଇ ପକ୍ଷ ବସାଯାଇ ସମସ୍ୟାର ସମାଧାନ କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ନେଇ ସ୍ୱର ଉଠାଇଲେ ରାଜ୍ୟ ସରକାର ଦମନମୂଳକ ନୀତି ଅବଲମ୍ବନ କରୁଛନ୍ତି।

Advertisment

ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପହରରେ ହତ୍ୟା କରାଗଲା। ମନ୍ତ୍ରୀଙ୍କ ମୃତ୍ୟୁକୁ ମାସେକୁ ଅଧିକ ସମୟ ବିତିଗଲାଣି। ହେଲେ ହତ୍ୟାର ମୋଟିଭ୍ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହତ୍ୟାକାରୀ ପଛରେ  କିଏ ଅଛି? ଷଡଯନ୍ତ୍ର ପଛରେ କିଏ ଅଛି? ସେହି କଥା ରାଜ୍ୟ ସରକାର କହିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ପାଖରେ ବି ତଥ୍ୟ ନାହିଁ। ଏହା ହେଉଛି ରାଜ୍ୟ ସରକାରଙ୍କ  ପାରିବା ପଣିଆ ବୋଲି ପୃଥ୍ୱୀରାଜ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ ଆରମ୍ଭ କରିଛି। ହେଲେ ରାଜ୍ୟ ସରକାର ଏହି ଆନ୍ଦୋଳନକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟ ସରକାରଙ୍କର ଏହି ଷଡ଼ଯନ୍ତ୍ରରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସଂପୃକ୍ତି ରହିଛି।

ପୃଥ୍ୱୀରାଜ କହିଛନ୍ତି,ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ମଙ୍ଗଳବାର ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ବିଧାନସଭା ଘେରୋଉ କରିବାକୁ ଉଦ୍ୟମ କରିଥିଲେ। କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଗଲାବେଳେ କର୍ମୀମାନଙ୍କ ଉପରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କର୍ମୀମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଓ ପୁଲିସ ବିଭାଗ ସହ ହାତ ମିଳାଇଥିଲେ।

ଆନ୍ଦୋଳନ ସମୟରେ ଜଣେ ପୁଲିସ କର୍ମଚାରୀ ଆମ କାର୍ଯ୍ୟକର୍ତ୍ତାଙ୍କୁ ଗୋଇଠା ମାରିଥିଲେ। ଗୋଇଠା ମାରିବା କେଉଁ ନ୍ୟାୟରେ ଅଛି? ପୁଲିସ ବିଭାଗ କର୍ତ୍ତୃପକ୍ଷ ଓ ଗୃହ ମନ୍ତ୍ରୀ ଏହାର ସ୍ପଷ୍ଟ ଉତ୍ତର ଦିଅନ୍ତୁ ବୋଲି ପୃଥ୍ୱୀରାଜ କହିଛନ୍ତି ।

Odisha Police Bjp Bjp Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe