Advertisment

ମେଧାବି ବିଦ୍ୟାର୍ଥୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବ ବିଜେପି

କାଲିଠୁ ୧୪ ତାରିଖ ଯାଏ ଅର୍ଥାତ୍ ଆମ୍ବେଦକର ଜୟନ୍ତୀ ଯାଏ ଗାଁକୁ ଗାଁ ଘର ଘର ଚାଲ ଅଭିଯାନ ଡାକରା ଦେଇଛି ବିଜେପି।

author-image
Niranjan Mishra
ଅଦ୍ୟତନ ହୋଇଛି
BJP Press meet

BJP Press meet

ଓବିସି ବର୍ଗର ମେଧାବି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିବ ବିଜେପି। ଖାଲି ଏତିକି ନୁହେଁ ଓବିସି ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ମାନିତ ମଧ୍ୟ କରିବ। ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସ। କାଲିଠୁ ୧୪ ତାରିଖ ଯାଏ ଅର୍ଥାତ୍ ଆମ୍ବେଦକର ଜୟନ୍ତୀ ଯାଏ ଗାଁକୁ ଗାଁ ଘର ଘର ଚାଲ ଅଭିଯାନ ଡାକରା ଦେଇଛି ବିଜେପି। ଏହି ଅବସରରେ ଓବିସି ମେଧାବି ଛାତ୍ରଛାତ୍ରୀ ଓ ପ୍ରତିଷ୍ଠିତ ବର୍ଗର ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାକୁ ବିଜେପି ଯୋଜନା କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

Advertisment

ଏନେଇ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି, ଦେଶରେ ସର୍ବାଧିକ ଓବିସି ବର୍ଗର ଲୋକ ବାସ କରନ୍ତି। ସେମାନଙ୍କ ହାର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ। ହେଲେ ମୋଦିଙ୍କୁ ତେଲି କହି ରାହୁଲ ଗାନ୍ଧି ଗାଳି କରିବା ଓବିସି ବର୍ଗକୁ ମର୍ମାହତ କରିଛି। ସେହିପରି ରାଜ୍ୟ ବିଧାନସଭାରେ ଓବିସି ସଂଶୋଧିତ ବିଲ୍ ଆଗତ ନିମନ୍ତେ କାର୍ଯ୍ୟସୂଚିରେ ସ୍ଥାନୀତ ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏହି ବିଲ୍‌କୁ ପ୍ରତ୍ୟାହାର କରି ନିଆଯାଇଥିଲା। ବିଭିନ୍ନ ବାହାନା ଦେଖାଇ ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି। ଗତ ପଞ୍ଚାୟତ ଓ ପୌର ନିବାଚନରେ ରାଜ୍ୟ ସରକାରରେ ଥିବା ଦଳ ଜାଣିଶୁଣି ଏହି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣରୁ ବଞ୍ଚିତ କଲେ। ଏକା ସମୟରେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସରକାର କୋର୍ଟକୁ ଯାଇ ଓବିସିଙ୍କ ସଂରକ୍ଷଣ ସୁନିଶ୍ଚିତ କରିଥିଲେ। ହେଲେ ଓଡ଼ିଶା ସରକାର ଓବିସିଙ୍କ ହକ୍ ଅଧିକାର ଦେବାକୁ କୌଣସି ପଦକ୍ଷେପ ନେଲେନି।

ଓଡ଼ିଶା ସରକାର ଭାବୁଛନ୍ତି ଯାହା ହେଲେ ବି ଏହି ବର୍ଗର ଲୋକ ଏକାଠି ହେବେନି କିମ୍ବା ହକ୍‌ ଦାବି କରିବେନି, ଯାହା ଭାବିବା ଭୁଲ। ଏହି ବର୍ଗର ଲୋକଙ୍କୁ ସଚେତନ ଓ ଏକାଠି କରିବା ନିମନ୍ତେ  ଗାଁକୁ ଗାଁ ଘର ଘର ଚାଲ ଅଭିଯାନ ଡାକରା ଦେଇଛି ବିଜେପି। ଯାହା ଦୁଇମାସ ଧରି ଚାଲିବ।

Advertisment

ଏହି ସମୟରେ ପଦଯାତ୍ରା, ପଥପ୍ରାନ୍ତ ସଭା, ଜାତି ସମ୍ମିଳନୀ, ଓବିସି ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରିବା, ମେଧାବି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ବିଭିନ୍ନ ଜିଲ୍ଲାସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଶିକ୍ଷା ନିଯୁକ୍ତିରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ ନ ଥିବାରୁ ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ଧାରଣା ଓ ପ୍ରତିବାଦ ସଭା କରାଯିବ। ଏହି ଅଭିଯାନ ପ୍ରାୟ ୨ ମାସ ଚାଲିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି। ତେବେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ସାଧାରଣ ନିର୍ବାଚନକୁ ଦେଖି ବିଜେପି ଏହି ଗେମ୍ ପ୍ଲାନ୍ କରିଛି। ମାତ୍ର ଓବିସି ଭୋଟର କଂଗ୍ରେସକୁ ସମର୍ଥନ କରନ୍ତି। କଂଗ୍ରସର ଏହି ବର୍ଗର ସ୍ୱାର୍ଥ ସୁରକ୍ଷା ପ୍ରତି କାମ କରୁଛି। ତେଣୁ ଏଥିରେ ଥରହର ହୋଇ ବିଜେପି ଘରଘର ବୁଲିବାକୁ ବାହାରିଛି।

Bjp Politics Bjp Bjd Politics Odisha Bjp Strategy